fbpx

ଯୁକ୍ତ ତିନି ଆଡମିଶନ ଅବଧି ବଢ଼ିଲା, ବନ୍ୟା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଯାଇଛି । ଅଧିକାଂଶ ଜିଲ୍ଲାର ଲୋକମାନେ ପାଣି ଘେରରେ ରହିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଲେଜ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବନ୍ୟା ପାଇଁ ଯୁକ୍ତ ତିନି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି ।

ପୂର୍ବରୁ ଅନଲାଇନ ସିଏଏଫ ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ତାରିଖ ରହିଥିଲା । ମାତ୍ର ଏବେ ଏହି ତାରିଖକୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସ୍ପଟ ସିଲେକ୍ସନ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ରୁ ଆରମ୍ଭ ହେବ । ଏହାପୂର୍ବରୁ ଗତ ୨୦ ତାରିଖରେ ରାଜ୍ୟ ସରକାର ଯୁକ୍ତ ଦୁଇ ପିଲାମାନଙ୍କର ନାମଲେଖା ସମୟସୀମା ବୃଦ୍ଧି କରିଥିଲେ । ଅଗଷ୍ଟ ୨୫ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏହି ତାରିଖ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ।

Get real time updates directly on you device, subscribe now.