fbpx

ସେପ୍ଟେମ୍ବର ୩ରୁ ଆରମ୍ଭ ହେବ Special OJEE, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରେ ସ୍ପେଶାଲ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ଏହି ପରୀକ୍ଷା କରାଯିବ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ୪ଟି ଶିଫ୍ଟରେ ଆୟୋଜନ କରାଯିବ ।

ସେପ୍ଟେମ୍ବର ୩ରେ ଏମବିଏ ପରୀକ୍ଷା ପାଇଁ ସକାଳ ୯ରୁ ୧୦, ୧୧.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଏଲଇ-ଟେକ-ଡିପ୍ଲୋମା ପାଇଁ ଅପରାହ୍ଣ ୨ରୁ ୩ଟା, ୪.୩୦ରୁ ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୪ ତାରିଖରେ ବି.ଟେକ ପରୀକ୍ଷା ସକାଳ ୯ରୁ ୧୦, ୧୧.୩୦ରୁ ୧୨ଟା, ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ।

ସେହିପରି ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ଫାର୍ମ, ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ.ଟେକର ସମସ୍ତ ବିଷୟର ପରୀକ୍ଷା ହେବ । ଏମ.ଆର୍କିଟେକ ସହିତ ଏମ.ଫାର୍ମ ପରୀକ୍ଷା ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ଚେୟାରମ୍ୟାନ ସୂଚନା ଦେଇଛନ୍ତି । ପରୀକ୍ଷା ସୂଚୀର ସମସ୍ତ ତଥ୍ୟ ପାଇଁ ଛାତ୍ରଛାତ୍ରୀମାନେ ଓଜେଇର ୱେବସାଇଟ www.ojee.nic.in / www.odishajee.com କୁ ଯାଇ ଦେଖିପାରିବେ ।

Get real time updates directly on you device, subscribe now.