fbpx

BJP ନେତ୍ରୀ ସୋନାଲିଙ୍କ ହତ୍ୟା ପଛରେ ଯୌନ ଶୋଷଣ, ଅଶ୍ଲୀଳ ଭିଡିଓ, ଖାଦ୍ୟରେ ବିଷ: ଜଣେ ବିଧାୟକଙ୍କ ସମ୍ପୃକ୍ତି ନେଇ ଭାଇ ଆଣିଲେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟିଥିଲା । ତେବେ ହୃଦଘାତ ଜନିତ କାରଣରୁ ସୋନାଲିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ନୂଆ ଅପଡେଟ୍ । ତାଙ୍କର ମୃତ୍ୟୁକୁ ନେଇ ପରିବାର ସଦସ୍ୟମାନେ ଭିନ୍ନ ଅଭିଯୋଗ ଆଣିଛନ୍ତି । ତାଙ୍କର ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ସୋନାଲିଙ୍କ ସହଯୋଗୀମାନେ ତାଙ୍କୁ ହତ୍ୟା କରିଥିବା ସୋନାଲିଙ୍କ ଭାଇ ଅଭିଯୋଗ କରିଛନ୍ତି । ରାଜ୍ୟ ପୋଲିସ ଏହି ମାମଲାର ଯାଞ୍ଚ କରୁଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ।

ସୋନାଲିଙ୍କ ଭାଇ ପୋଲିସରେ କରିଥିବା ଅଭିଯୋଗ ମୁତାବକ, ତାଙ୍କ ଭଉଣୀଙ୍କୁ ଦୁଇଜଣ ସହଯୋଗୀ ହତ୍ୟା କରିଛନ୍ତି । କିଛିଦିନ ପୂର୍ବରୁ ସୋନାଲି ବହୁତ ଚାପରେ ରହୁଥିଲେ । ଏନେଇ ଦୁଇ ସହଯୋଗୀଙ୍କ ନାମରେ ସୋନାଲି ଅଭିଯୋଗ କରିଥିଲେ । ସୋନାଲିଙ୍କ ପିଏ ତାଙ୍କର ଯୌନ ଶୋଷଣ କରି ଅଶ୍ଲୀଳ ଭିଡିଓ ବନାଇଥିଲେ । ପିଏ ଜଣଙ୍କ ସୋନାଲିଙ୍କୁ ଖାଇବାରେ କିଛି ଖରାପ ଜିନିଷ ମିଶାଇ ଦେଇଥିବା ନେଇ ସୋନାଲି ତାଙ୍କ ମାଆଙ୍କୁ କହିଥିଲେ ।

ସୋନାଲିଙ୍କୁ ସୁପରିକଳ୍ପିତ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ପିଏ ସହିତ ଦୁଇ ଜଣଙ୍କ ଉପରେ ତାଙ୍କର ହତ୍ୟା ସନ୍ଦେହ ରହିଛି । ଗୋଆରେ କରାଯାଇଥିବା ପୋଷ୍ଟ ମର୍ଟମ ଉପରେ ତାଙ୍କର ବିଶ୍ୱାସ ନାହିଁ, ତେଣୁ ଏହା ଦିଲ୍ଲୀରେ କରାଯାଉ । ମୃତ୍ୟୁ ପରେ ଫାର୍ମହାଉସରୁ ସିସିଟିଭି, ଲାପଟପ, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉଭାନ ହୋଇଯାଇଥିଲା । ସୋନାଲିଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର କରାଯାଇଥିଲା । ଜଣେ ବିଧାୟକଙ୍କର ଏହି ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି । ସୋନାଲିଙ୍କ ଅଫିସର କାର୍ଯ୍ୟ ସମ୍ଭାଳୁଥିବା ଯୁବକ ଘଟଣା ପରେ ଫେରାର ହୋଇଯାଇଥିବା ସୋନାଲିଙ୍କ ଭାଇ ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.