fbpx

ମାଈ ହାତୀ ପେଟରୁ ମିଳିଲା ମୃତ ଶାବକ: ସାମନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

କେନ୍ଦୁଝର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ୨ ହାତୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବେ ହସ୍ତଗତ ହୋଇସାରିଛି । ତେବେ ଏହି ରିପୋର୍ଟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜାଣିବାକୁ ମିଳିଛି । ଗୋଟିଏ ହାତୀ ଗର୍ଭବତୀ ଥିବା ବେଳେ ତା’ର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାଯାଇଛି ।

୨ ମାଈ ହାତୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ, ଜଣେ ହାତୀ ପ୍ରାୟ ୧୬ ମାସରୁ ଅଧିକ ଦିନ ଗର୍ଭବତୀ ରହିଥିଲା । ଆଉ ମାତ୍ର ୪ କିମ୍ବା ୫ ମାସ ମଧ୍ୟରେ ଶାବକକୁ ଜନ୍ମ ଦେଇଥାନ୍ତା । କିନ୍ତୁ ଏହା ପୂର୍ବରୁ ହିଁ ବିଦ୍ୟୁତ ତାର ଲାଗିଯିବାରୁ ହାତୀଟି ପ୍ରାଣ ହରାଇଛି । ଏଥିସହ ପେଟରେ ଶାବକ ହାତୀ ମଧ୍ୟ ମୃତ୍ୟୁବରଣ କରିଛି । ବ୍ୟବଚ୍ଛେଦ ସମୟରେ ମାଈ ହାତୀଟି ପେଟରୁ ଉଦ୍ଧାର କରାଯାଇଛି ଏହି ମୃତ ଶାବକ ।

Get real time updates directly on you device, subscribe now.