fbpx

ଅଭିନେତ୍ରୀ ବରଖା ସିଂଙ୍କୁ ଓଟିଟି ଦେଇଛି ଢ଼େର ସୁଯୋଗ, କରିଛି ପ୍ରଭାବିତ

ମୁମ୍ବାଇ:  ଅନ୍ୟ କଳାକାରଙ୍କ ଭଳି ଓଟିଟି ପ୍ରତି ବିଶେଷ ପ୍ରଭାବିତ ହୋଇଛନ୍ତି ଅଭିନେତ୍ରୀ ବରଖା ସିଂ । ଏହା ଏଭଳି ଏକ ମାଧ୍ୟମ ଯାହା ତାଙ୍କୁ ଢେର ସୁଯୋଗ ଦେଇଛି । ଟିଭି ଓ ଫିଲ୍ମ ଦୁନିଆରେ କାମ କରିଥିବା ବରଖା ନିକଟରେ ‘ମାସାବା ମାସାବା’ ଓ ‘ଦ ଗ୍ରେଟ୍‌ ୱେଡିଂସ ଅଫ୍‌ ମୁନ୍ସ’ ଭଳି ୱେବ୍‌ ଶୋ’ରେ ନଜର ଆସିଛନ୍ତି ।

ସେ କହନ୍ତି ‘କଳାକାରଙ୍କ ପାଇଁ ଓଟିଟି ଏକ ଚମତ୍କାର ପ୍ଲାଟ୍‌ଫର୍ମ । ପ୍ରଚୁର ସୁଯୋଗ ନେଇ ଏହା ଆସିଛି । ଦର୍ଶକ ରୂପେ, ଏଥିରେ ଆମେ ଅଧିକରୁ ଅଧିକ ଭିନ୍ନ ଭିନ୍ନ ବିଷୟ ଦେଖିବାକୁ ପାଉଛୁ । ସବୁ ବୟସର ଦର୍ଶକଙ୍କ ପାଇଁ ଏହା ଉପାଦେୟ । ଓଟିଟି ପାଇଁ ଫିଲ୍ମମେକର ଓ ସୃଜନଶୀଳ ବ୍ୟକ୍ତି ଭିନ୍ନ ବିଷୟ ଆଧାରିତ ପ୍ରୋଜେକ୍ଟ ଜରିଆରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଠାରେ ଯୁଗାନ୍ତକାରୀ ପ୍ରୋଜେକ୍ଟ ରିଲିଜ୍‌ ହେଉଛି, ଯାହା କଳାକାରଙ୍କୁ ରୋମାଞ୍ଚିତ କରୁଛି । ଏହି ମାଧ୍ୟମ ପାଇଁ ବିଭିନ୍ନ ପ୍ରକାର ଭୂମିକା ଜରିଆରେ ଦକ୍ଷତା ପରୀକ୍ଷା କରିବାରେ ମୁଁ ସକ୍ଷମ ହୋଇଛି ।’ ଏ ମାମଲାରେ ସେ ‘ମାସାବା ମାସାବା’ ୱେବ୍‌ ଶୋ’ର ଉଦାହରଣ ଦେଇ କହିଛନ୍ତି ଯେ ଏଥିରେ ତାଙ୍କ ଚରିତ୍ର ଅତ୍ୟନ୍ତ ଭିନ୍ନ ।

‘ଦ ଗ୍ରେଟ୍‌ ୱେଡିଂସ ଅଫ୍‌ ମୁନ୍ସ’ ଜରିଆରେ ଅଭିନୟର ବିବିଧତା ପ୍ରଦର୍ଶନ କରିବାରେ ତାଙ୍କୁ ଭରପୂର ସୁଯୋଗ ମିଳିଛି । ଏହା ଜରିଆରେ ସେ ଭିନ୍ନ ଭାଷା ଓ ଲୁକ୍‌ ପାଇଛନ୍ତି । ପୋଷାକ ପରିାଟିରେ ପରୀକ୍ଷାର ଢେର ସୁଯୋଗ ମଧ୍ୟ ପାଇଛନ୍ତି । ଓଟିଟିର ସୂର୍ଯ୍ୟୋଦୟ ପରେ ଜଣେ କଳାକାର ଭାବେ ବହୁମୁଖୀ ପ୍ରତିଭା ପ୍ରଦର୍ଶନର ଏଥିରେ ଭରପୂର ସୁଯୋଗ ବରଖା ପାଇଛନ୍ତି । ଏହି ପ୍ଲାଟ୍‌ଫର୍ମ ଜରିଆରେ କିଛି ବରିଷ୍ଠ ପ୍ରତିଭା ସମ୍ପନ୍ନ କଳାକାରଙ୍କ ସହ କାମ କରିବାର ସୁଯୋଗ ମଧ୍ୟ ପାଇଛନ୍ତି । ଦୂରଦୃଷ୍ଟିସମ୍ପନ୍ନ ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି । ପ୍ରତ୍ୟେକ ପ୍ରୋଜେକ୍ଟରେ ପୂର୍ବାପେକ୍ଷା ଜଣେ ଭଲ ଏବଂ ଆତ୍ମ-ସଚେତନ କଳାକାର ରୂପେ ସେ ନିଜକୁ ପାଇଛନ୍ତି ।

Get real time updates directly on you device, subscribe now.