fbpx

ପୁରୀ ଗଣଦୁଷ୍କର୍ମ ମାମଲା, ଆଉ ଏକ ଅଭିଯୁକ୍ତ ଗିରଫ

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଛି । ବ୍ରହ୍ମଗିରି ଆଳିପଟୁ ଗାଁର ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଗତ ୨ତାରିଖ ଦିନ ନୀମାପଡ଼ାରୁ ଏକ ଯୁବତୀଙ୍କୁ ଜୋରଜବରଦସ୍ତ ପୁରୀକୁ ନେଇ ଗଣଦୁଷ୍କର୍ମ କରାଯାଇଥିଲା । ଏହା ପରେ ପୀଡ଼ିତା ଏନେଇ ପୁରୀ ସ୍ଥିତ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ଏତଲା ପରେ କୁମ୍ଭାରପଡ଼ା ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେନେଇ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଥିଲା । ପରେ ସାଇଣ୍ଟିଫିକ ଟିମ୍ ସହ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିଲେ । ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୬୩, ୩୭୬ ଡି-ଏ, ୩୯୪ରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.