ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍: ମଣିଷକୁ ନେଇ ଉଡ଼ିପାରିବ ‘ବରୁଣ’

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ମିଳିଲା ପାସେଞ୍ଜର ଡ୍ରୋନ୍ । ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍ ‘ବରୁଣ’ ଇଣ୍ଡିଆନ ନାଭି ପାଇଁ ତିଆରି କରାଯାଇଛି । ଯାହା ପ୍ରାୟ ୧୩୦ କେଜି ଉଠାଇପାରିବ । ବରୁଣ ଡ୍ରୋନ୍ ଦେଶର ପ୍ରଥମ ପାସେଞ୍ଜର ଡ୍ରୋନ୍ ଯାହାକି ପୁଣେର ଏକ ଷ୍ଟାର୍ଟଅପ୍ କମ୍ପାନୀ ସାଗର ଡିଫେନ୍ସ ଇଞ୍ଜିନିୟରିଂ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

‘ବରୁଣ’ ଡ୍ରୋନ ଜଣେ ପାସେଞ୍ଜରକୁ ନେଇପାରିବ । ଏହା ୨୫ କିମି ଦୂରତା ଅତିକ୍ରମ କରିପାରିବ ତାହା ବି ପୁଣି ସାଥିରେ ୧୩୦ କେଜିର ଓଜନ ଉଠାଇପାରିବ । ଏଥିରେ ଏକ ଇମରଜେନ୍ସି ଅଟୋମେଟିକ୍ ପାରାଚ୍ୟୁଟ୍ ମଧ୍ୟ ରହିଛି । ଗତ ମାସରେ ଏହି ଡ୍ରୋନକୁ ପ୍ରଧାନମନ୍ତ୍ରୀଙ୍କୁ ଡ୍ରୋନର ଡେମୋ ଦିଆଯାଇଥିଲା ଏବେ ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ।