ଚା’ ପିଇବା ଦ୍ୱାରା ବୟସ କମିଥାଏ ନା ବଢ଼ିଥାଏ? ରିସର୍ଚ୍ଚରୁ ହେଲା ଖୁଲାସା

ଭାରତରେ ଅଧିକାଂଶ ଲୋକ ଚା’କୁ ବେଶ ପସନ୍ଦ କରନ୍ତି । ସକାଳୁ ସକାଳୁ ଚା’ ନପିଇଲେ ତାଙ୍କର ଦିନ ଆରମ୍ଭ ହୁଏନାହିଁ । ଧନୀ ବା ଗରୀବ, ସମସ୍ତଙ୍କୁ ଚା’ ପ୍ରିୟ । ଏହାରି ମଧ୍ୟରେ ଅନୈଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନ୍ ନାମକ ପତ୍ରିକାରେ ପ୍ରକାଶିତ ବ୍ରିଟେନର ବାୟୋବ୍ୟାଙ୍କ ଅଧ୍ୟୟନରେ କୁହାଯାଇଛି ଯେ, ଚା ପିଇବା ଦ୍ୱାରା ଆପଣଙ୍କ ଜୀବନ ବଢ଼ିପାରେ । ଯେଉଁ ଲୋକମାନେ ଦିନକୁ ଦୁଇ କିମ୍ବା ଅଧିକ କପ୍ ଚା ପିଉଛନ୍ତି, ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା କମ୍ ଥାଏ । ତେବେ ଅନୁସନ୍ଧାନରେ ଏହି କଥା ଭାରତରେ ନିର୍ମିତ କ୍ଷୀର ଚା ବିଷୟରେ ନୁହେଁ, ବରଂ ‘ବ୍ଲାକ୍ ଟି’ ବିଷୟରେ କୁହାଯାଇଛି ।

ଆମେରିକାର ନ୍ୟାସନାଲ କ୍ୟାନ୍ସର ଇଣ୍ଟିଚ୍ୟୁଟର ବୈଜ୍ଞାନିକମାନଙ୍କୁ ଏହି ରସର୍ଚ୍ଚରୁ ଜଣାପଡିଛି କି, ବ୍ଲାକ୍ ଟିର ପତ୍ରରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ବହୁତ ଅଧିକ ଥାଏ । ଏହା ରକ୍ତରୁ କ୍ଷତିକାରକ ପଦାର୍ଥକୁ ବାହାର କରିବାରେ, ଫୁଲିବାକୁ କମ୍ କରିବାରେ ଏବଂ ଶରୀରରେ ଜ୍ୱଳନକୁ ରୋକିବାରେ ସାହାଯ୍ୟ କରେ । ୟୁନାଇଟେଡ କିଙ୍ଗଡମରେ ‘ବ୍ଲାକ୍ ଟି’ ସବୁଠାରୁ ଅଧିକ ଲୋକପ୍ରିୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ବିଭିନ୍ନ କୋଣରେ ଅଲଗା ଅଲଗା ଚା’ ପ୍ରସିଦ୍ଧ । ଭାରତରେ ଦୁଗ୍ଧ ଚା ତିଆରି ହେଉଥିବା ବେଳେ ଚୀନ୍ ଏବଂ ଜାପାନରେ ଗ୍ରୀନ୍ ଟି ଅଧିକ ପସନ୍ଦ କରାଯାଏ । ବ୍ରିଟେନର ଲୋକମାନେ ‘ବ୍ଲାକ୍ ଟି’ ପିଅନ୍ତି । ବ୍ଲାକ୍ ଟି’ ପୂର୍ବରୁ ଗ୍ରୀନ୍ ଟି ଉପରେ ମଧ୍ୟ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ କୁହାଯାଇଥିଲା ଯେ, ଚା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆମେରିକାର ନ୍ୟାସନାଲ କ୍ୟାନ୍ସର ଇଣ୍ଟିଚ୍ୟୁଟର ବୈଜ୍ଞାନିକମାନେ ସେମାନଙ୍କ ରିସର୍ଚ୍ଚରେ କିଛି ଆକର୍ଷଣୀୟ ତଥ୍ୟ ଉପସ୍ଥାପନ କରିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ସେମାନଙ୍କ ରିସର୍ଚ୍ଚରେ ବ୍ରିଟେନରେ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ଚା ସମ୍ବନ୍ଧୀୟ ଅଭ୍ୟାସ ଉପରେ ତଥ୍ୟ ରହିଛି । ୧୪ ବର୍ଷ ଧରି ଚା ପିଉଥିବା ଲୋକଙ୍କ ସହ କଥାବାର୍ତ୍ତା ବେଳେ ଏହି ତଥ୍ୟ ସଂଗ୍ରହ କରାଯାଇଥିଲା ।

ଏହି ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଯେଉଁମାନେ ଅଧିକ ଚା ପିଉଛନ୍ତି ସେମାନଙ୍କ ବଞ୍ଚିବାର ତୁଳନା ଚା’ ପିଉ ନଥିବା ଲୋକଙ୍କଠାରୁ ଅଧିକ । ରିସର୍ଚ୍ଚ ଅନୁସାରେ, ଯେଉଁମାନେ ପ୍ରତିଦିନ ଗୋଟିଏ କିମ୍ବା ଦୁଇ କପ୍ ଚା ପିଉଛନ୍ତି, ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ୯ ରୁ ୧୩ ପ୍ରତିଶତ କମ୍ ହୋଇଯାଏ । ରିପୋର୍ଟ ଅନୁସାରେ, ଚା’ ହୃଦରୋଗ ପାଇଁ ଲାଭଦାୟକ । କିନ୍ତୁ ଏହା କ୍ୟାନ୍ସର ରୋଗ ଉପରେ କୌଣସି ପ୍ରଭାବ ପକାଇନଥାଏ ।