Cyrus Mistry Last rites:ପାର୍ସୀ ସମ୍ପ୍ରଦାୟରେ କିଭଳି କରାଯାଏ ଶବଦାହ ଜାଣନ୍ତୁ

ନୂଆଦିଲ୍ଲୀ:ଆମେ ଏଭଳି ଦେଶରେ ବସବାସ କରୁଛୁ ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଉ କାହାର ପରମ୍ପରା ଭିନ୍ନ ତ ଆଉ କାହାର ରୀତିନୀତି । ତେବେ ସବୁ ସମ୍ପ୍ରଦାୟକୁ ଭାରତବର୍ଷରେ ସମାନ ସ୍ଥାନ ଦିଆଯାଇଛି । ତେଣୁ ଭାରତକୁ ବହୁଧର୍ମର ଦେଶ ବୋଲି କୁହାଯାଉଥିବା ବେଳେ ଏଠାରେ ବସବାସ କରୁଥିବା ଜନଜାତି ‘ବସୁଧେବ କୁଟୁମ୍ବକମ’ ଉପରେ ବିଶ୍ୱାସ କରନ୍ତି । ଭାରତରେ ହିନ୍ଦୁ , ମୁସଲିମ,ଶିଖ,ପାର୍ସୀ,ଇଶାୟୀ ଆଦି ଅନେକ ଧର୍ମର ଜନଜାତି ବସବାସ କରନ୍ତି । ତେବେ ସବୁ ଧର୍ମର କିଛି ବାସ୍ତବିକତା ଏବଂ ସ୍ୱତନ୍ତ୍ରତା ରହିଛି । ଯାହା ପାଇଁ ସେ ଅଲଗା ସବୁ ସମ୍ପ୍ରଦାୟ ଠାରୁ ଭିନ୍ନ ହୋଇଥାଏ ।

ସେହିଭଳି କିଛି ଭିନ୍ନ ସମ୍ପ୍ରଦାୟ ହେଉଛି ପାର୍ସୀ ସମ୍ପ୍ରଦାୟ । ଏବଂ ଏହି ସମ୍ପ୍ରଦାୟର ଲୋକମାନଙ୍କ ଅନେକ କଥା ହିନ୍ଦୁ ରୀତିନୀତି ଠାରୁ ସମ୍ପୁର୍ଣ୍ଣ ଅଲଗା । ମୁଖ୍ୟତଃ ପାର୍ସୀ ସଭ୍ୟତାରେ ପୃଥିବୀ ଆଉ ଅଗ୍ନି ସବୁ ଠାରୁ ଅଧିକ ମହତ୍ତ୍ୱ ବହନ କରେ । ତେଣୁ ଏହି ସମ୍ପ୍ରଦାୟରେ ଲୋକମାନଙ୍କର ଶବଦାହ କରାଯାଏ ନାହିଁ । ପାର୍ସୀ ସଭ୍ୟତାରେ ‘ଟାୱାର ଅଫ ସାଇଲେନ୍ସ’ କୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଏଥିରେ ଲୋକମାନଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶବକୁ ନେଇ ଟାୱାର ଅଫ ସାଇଲେନ୍ସ ଠାରେ ଛାଡି ଦିଆଯାଏ । ଏଠାରେ ମଣିଷର ଶବ ମାଂସାହାରୀ ପକ୍ଷୀ ଏବଂ ଖରାରେ ନଷ୍ଟ ହେବାକୁ ଖୋଲା ଛାଡି ଦିଆଯାଏ । ମୁମ୍ବାଇରେ ଏହି ଭଳି ଏକ ‘ଟାୱାର ଅଫ ସାଇଲେନ୍ସ’ ନିର୍ମାଣ କରାଯାଇଛି । ଯେଉଁଟା ମୁଖ୍ୟତଃ ଜନବସତି ଠାରୁ ଦୂରରେ ନିର୍ମାଣ କରାଯାଏ ।

ତେବେ ଗତ ରବିବାର ଦିନ ଏକ ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ନିଧନ ହୋଇଯାଇଛି । ସାଇରସ ଜଣେ ପାର୍ସୀ ହୋଇଥିବାରୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ମୁମ୍ବାଇର ‘ଟାୱାର ଅଫ ସାଇଲେନ୍ସ’ ଠାରେ ସମାପ୍ତି ହୋଇଯାଇଛି । ତେବେ ତାଙ୍କର ଏହି କ୍ରିୟାରେ ପରିବାର ବର୍ଗ ଏବଂ ପ୍ରିୟଜନ ମାନେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।
କହିବାକୁ ଗଲେ ଭିନ୍ନ ସମ୍ପ୍ରଦାୟ ଭିନ୍ନ ମାନ୍ୟତା ବହନ କରେ । ଆଉ ଆମେ ଯେତେବେଳେ ଏକାଠି ହୋଇ ଏହି ସମାଜରେ ବସବାସ କରୁଛୁ ଆମକୁ ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବା ଆବଶ୍ୟକ ଅଟେ ।