ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଅଗଷ୍ଟରେ ଗ୍ରାହକଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଥିଲା । ଏହାର ମୂଲ୍ୟ ୭୫୦ ଟଙ୍କା ଥିଲା ଏବଂ ଏହି ଯୋଜନାର ଖାସ୍ କଥା ଥିଲା ଯେ ଏହା ୯୦ ଦିନର ସର୍ଭିସ୍ ଭାଲିଡିଟି ସହିତ ଆସିଥିଲା । କିନ୍ତୁ ଏବେ କମ୍ପାନୀ ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛି । ୭୫୦ ଟଙ୍କିଆ ପ୍ଲାନର ମୂଲ୍ୟ ଏବେ ୭୪୯ ଟଙ୍କା ହୋଇଛି । ଏବେ ଏହି ଯୋଜନାରୁ ଉପଲବ୍ଧ ଲାଭରେ ଏକ ଛୋଟ ପରିବର୍ତ୍ତନ କରାଯାଇଛି । ଆସନ୍ତୁ ଜାଣିବା କ’ଣ…
Jio୭୪୯ ଟଙ୍କିଆ ଯୋଜନାର ଅଫର୍:-
ରିଲାଏନ୍ସ ଜିଓର ୭୪୯ ଟଙ୍କା ଯୋଜନାରେ ୨ ଜିବି ଦୈନିକ ଡାଟା, ଅସୀମିତ ଭଏସ୍ କଲ୍, ୧୦୦ ଏସଏମଏସ / ଦିନର ସୁବିଧା ରହିଛି । ଏହି ଯୋଜନାର ମୋଟ ସର୍ଭିସ୍ ଭାଲିଡିଟି ୯୦ ଦିନ ରହିଛି । ୭୫୦ ଟଙ୍କିଆ ପ୍ଲାନ୍ ବି ଏହି ସମସ୍ତ ସୁବିଧା ଯୋଗାଉଛି । କିନ୍ତୁ ଏଥିରେ ଆଉ ଏକ ସୁବଦଶ ମିଳୁଛି । ୭୫୦ ଟଙ୍କା ଯୋଜନାରେ ଉପଭୋକ୍ତାମାନଙ୍କୁ ୧ ଟଙ୍କାରେ ୧୦୦ ଏମବିର ଅତିରିକ୍ତ ଡାଟା ମିଳୁଛି । ତେଣୁ ଏହି ଯୋଜନା ପୂର୍ବରୁ ଜିଓରେ ଦୁଇ ଭାଗରେ ବିଭକ୍ତ ହୋଇସାରିଛି । ପ୍ରଥମ ଭାଗ ଥିଲା ୭୪୯ ଟଙ୍କା ଯୋଜନା ଏବଂ ଦ୍ୱିତୀୟଟି ହେଉଛି ୧ ଟଙ୍କା ଯୋଜନା ଯେଉଁଥିରେ ୧୦୦ଏମବି ଡାଟା ଦିଆଯାଇଥିଲା ।
ଏବେ ଜିଓ ସମୀକରଣରୁ ୧ ଟଙ୍କା ପ୍ଲାନକୁ ହଟାଇ ଦେଇଛି । ତେଣୁ ଏହାର ସମସ୍ତ ସୁବିଧା ସହିତ ୭୪୯ ଟଙ୍କା ପ୍ଲାନ୍ ଲଞ୍ଚ ହୋଇଛି । ୯୦ ଦିନର ବୈଧତା ଥିବାରୁ ଏହା ସମସ୍ତ ଗ୍ରାହକଙ୍କୁ ଆକର୍ଷିତ କରିପାରିଛି । ମୋଟ ୧୮୦ ଜିବି ଡାଟା ଉପଲବ୍ଧ ହେବ ।