fbpx

IAS ପିଲାଙ୍କୁ Free Coaching ଦେବେ ସୋନୁ ସୁଦ: ଇଚ୍ଛୁକ ଛାତ୍ର କରିବେ ଆବେଦନ…

ମୁମ୍ବାଇ: IAS ହେବା ପାଇଁ ପିଲାଙ୍କୁ ସାହାଯ୍ୟ କରିବେ ବଲିଉଡ ଅଭିନେତା ସୋନୁ ସୁଦ । କରୋନା ମହାମାରୀ କାଳରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭଗବାନ ପାଲଟିଥିଲେ ସୋନୁ । ଆଜି ମଧ୍ୟ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ସେ ସାହାଯ୍ୟ କରୁଛନ୍ତି । ପ୍ରତି ସପ୍ତାହରେ ସେମାନଙ୍କ ଘର ବାହାରେ ଏକ ଧାଡି ଦେଖିବାକୁ ମିଳେ ।

IAS ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୋନୁ ସୁଦ ମାଗଣା କୋଚିଂ ଆରମ୍ଭ କରିଛନ୍ତି । ଏ ନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ଅଭିନେତା ସୋନୁ ସୁଦ । ସେ ଟ୍ୱିଟ୍ କରି ଲେଖିଛନ୍ତି, ଚାଲନ୍ତୁ ଏକ ନୂଆ ଭାରତ ତିଆରି କରିବା । ଆଇଏଏସ୍ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ । ଏହା ପରେ, ସେ ଆଉ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ଲେଖାଥିଲା – IAS ପାଇଁ ପ୍ରସ୍ତୁତ ହେବାକୁ ପଡିବ, ଆମେ ନେବୁ ଆପଣଙ୍କ ଦାୟିତ୍ୱ ।

IASର ମାଗଣା କୋଚିଂ ପାଇଁ ସୋନୁ ସୁଦ୍ ଫାଉଣ୍ଡେସନ୍ ଗ୍ରୁପର ଲିଙ୍କକୁ ଯାଇ ସେଠାରେ ପଞ୍ଜିକରଣ କରନ୍ତୁ । ତେବେ ଫାଉଣ୍ଡେସନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପଞ୍ଜୀକରଣ ପାଇଁ ଫି ଦେବାକୁ ପଡିବ । ଏହି କୋଚିଂ ମାଧ୍ୟମରେ ମନୋନୀତ ଛାତ୍ର ଛାତ୍ରୀମାନଙ୍କୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ଦିଆଯିବ । ଏହା ସହିତ ଛାତ୍ରଛାତ୍ରୀମାନେ ଫାଉଣ୍ଡେସନରୁ ଛାତ୍ରବୃତ୍ତି ମଧ୍ୟ ପାଇବେ । ସୋନୁ ସୁଦଙ୍କ ଏହି ପଦକ୍ଷେପକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.