ପୁଅ ପାଇଁ ଝିଅ ଦେଖିବାକୁ ଯାଇଥିବା ବେଳେ ‘କନ୍ୟା’ ହେଲା ମା’ : ୩ ପିଲା ଓ ସ୍ୱାମୀ ସହ ଭାଙ୍ଗିଦେଲା ସମ୍ପର୍କ

ନୂଆଦିଲ୍ଲୀ: କପାସନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଯେଉଁ ମା ନିଜ ପୁଅ ପାଇଁ ଝିଅକୁ ଦେଖିବାକୁ ଯାଇଥିଲେ, ସେଠାର ସେ ନିଜେ କନ୍ୟା ହୋଇଗଲେ  । ତିନି ସନ୍ତାନର ମା ତାଙ୍କଠାରୁ ଦଶ ବର୍ଷ ସାନ ଯୁବକଙ୍କୁ ଭଲ ପାଇ ବସିଲେ, ଯାହାଫଳରେ ସେ ନିଜର ପିଲା ଓ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ସମ୍ପର୍କ ଗଢ଼ିଛନ୍ତି ।

ପୋଲିସର ସୂଚନାନୁସାରେ, କରଜାଲି ଗାଁର ବାସିନ୍ଦା ଅନିଲ ରାଓ ୨୩ ଅଗଷ୍ଟରେ ତାଙ୍କ ମା’ ନିଖୋଜ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।   ଶୁକ୍ରବାର ଦିନ ଅନିଲଙ୍କ ମା ବିମଳା ଏବଂ ତାଙ୍କ ପ୍ରେମିକଙ୍କୁ ଧରିଥିଲା ପୋଲିସ । ଏହା ଉପରେ ତିନି ପିଲାଙ୍କ ମା ବିମଳା ତାଙ୍କଠାରୁ ଦଶ ବର୍ଷ ସାନ ପ୍ରେମିକ ସହିତ ଯିବା ବିଷୟରେ କହିଥିଲେ ।

କୁହାଯାଉଛି ଯେ ବିମଳା ବଡ ପୁଅ ଅନିଲଙ୍କ ବିବାହ ପାଇଁ ଝିଅ ଦେଖିବାକୁ ଜଡୋଲ ଗାଁକୁ ଯାଇଥିଲେ । ଝିଅର ଭାଇ ନାରାୟଣକୁ ଦେଖି ବିମଳା ଆକର୍ଷିତ ହୋଇଥିଲେ । ଦୁହେଁ ଫୋରେ କଥା ହେବାକୁ ଲାଗିଲେ  । ଏହା ପରେ ଦୁହେଁ ପ୍ରେମରେ ଉବୁଡ଼ୁବୁ ହୋଇ ଶେଷରେ ସେମାନେ ୧୭ ଅଗଷ୍ଟରେ ଉଦୟପୁର ଚାଲିଯାଇଥିଲେ  । ସେଠାରେ ଦୁଇ ତିନି ଦିନ ରହିବା ପରେ ଉଭୟ ଗୁଜୁରାଟ ଯାଇଥିଲେ ।

ଏପଟେ ପୋଲିସ ଏବଂ ମହିଳାଙ୍କ ସ୍ୱାମୀ ତତ୍ପରତାର ସହ ବିମଳାଙ୍କୁ ଖୋଜୁଥିଲେ । ଏହି ସମୟରେ ଗୁଜରାଟରେ ଥିବା ସୂଚନା ମିଳିବା ପରେ ବିମଳାଙ୍କ ସ୍ୱାମୀ ଗୋବିନ୍ଦ ସେଠାରେ ପହଞ୍ଚିଥିଲେ ଓ ଦୁହିଁଙ୍କୁ ଥାନାରେ ହାଜର କରିଥିଲେ । ଏହା ପରେ ପୋଲିସ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ପଚରାଉଚରା ବେଳେ ବିମଳା ନିଜ ପ୍ରେମିକ ସହ ଯାଇ ଜୀବନ ଅତିବହାିତ କରିବାକୁ ଇଚ୍ଛା ପ୍ରକଟ କରିଥିଲେ । ଏହା ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରି ମହିଳାଙ୍କୁ ଛାଡ଼ିଦେଇଥିଲା, ଯେଉଁଠାରୁ ସେ ନିଜ ପ୍ରେମିକ ସହ ଚାଲିଯାଇଥିଲେ ।