ସରକାରୀ ଟେଲିକମ୍ କମ୍ପାନୀ BSNL ୨୦୨୨ ସ୍ୱତନ୍ତ୍ରତା ଦିବସ ଅବସରରେ ଏକ ନୂଆ ଫାଇବର ପ୍ଲାନ୍ ଲଞ୍ଚ କରିଥିଲା । ଏହି ଫାଇବର ବ୍ରଡବ୍ୟାଣ୍ଡ୍ ପ୍ଲାନର ଦାମ୍ ୨୭୫ ଟଙ୍କା ରହିଛି ଯାହାକି ୧ ମାସର ବୈଧତା ସହ ରହିଛି । ବେନିଫିଟ୍ କହିଲେ ଏହି ପ୍ଲାନରେ ୟୁଜର୍ସଙ୍କୁ ୩୩୦୦ ଜିବି (୩.୩ ଟିବି) ପର୍ଯ୍ୟନ୍ତ ଡାଟା ମିଳିଥାଏ ।
ଏହି ପ୍ଲାନ୍ ଏକ ସୁଲଭ ଅଫର୍ ଅନ୍ତର୍ଗତ, ଏବଂ ଯିଏବି ବିଏସଏନଏଲର ସେବା ନେବାକୁ ଚାହୁଛନ୍ତି । ସେମାନଙ୍କ ପାଇଁ ଏହା ଏକ ବହୁତ ଭଲ ଅଫର୍ । ଯେହେତୁ ଏହା ଏକ ପ୍ରୋମୋସନାଲ ପ୍ଲାନ୍, ଏଥିପାଇଁ ଏହା ସୀମିତ ସମୟ ପାଇଁ ଆସିଥିଲା । ଏବେ ବିଏସଏନଏଲ ଏହି ଅଫରର ଏକ୍ସପାୟାରୀ ଡେଟ୍ ର ଖୁଲାସା କରିଛି ।
ବିଏସଏନଏଲର ୨୭୫ ଟଙ୍କା ଫାଇବର ବ୍ରଡବ୍ୟାଣ୍ଡ ପ୍ଲାନରେ ଦୁଇ ଅପ୍ସନ ଉପଲବ୍ଧ ଅଛି । ଦୁଇ ବିକଳ୍ପ ୭୫ ଦିନର ବୈଧତା ସହ ଆସିଥାଏ ଏବଂ ୩.୩ ଟିବି ଏବଂ ଏକ ଫିକ୍ସ ଲାଇନ ଭଏସ କଲିଂ କନେକ୍ସନ ପ୍ରଦାନ କରିଥାଏ । ଉଭୟ ପ୍ଲାନରେ ପାର୍ଥକ୍ୟ କେବଳ ଏତିକି ଯେ ଗୋଟିଏ ୨୭୫ ପ୍ଲାନରେ ୩୦ ଏମବିପିଏସ ଏବଂ ଅନ୍ୟ ପ୍ଲାନରେ ୬୦ ଏମବିପିଏସ ସ୍ପିଡ ମିଳିଥାଏ ।
ଏକ ରିପୋର୍ଟ ଅନୂଯାୟୀ, ୨୭୫ ଟଙ୍କାର ଏହି ଦୁଇ ପ୍ଲାନ ୧୩ ଅକ୍ଟୋବର ୨୦୨୨ ସୁଦ୍ଧା ବନ୍ଦ ହୋଇଯିବ । ଏହାର ଅର୍ଥ ଯେଉଁ ଗ୍ରାହକ ୧୩ ଅକ୍ଟୋବର ପରେ ପ୍ଲାନ ରିଚାର୍ଜ କରିବାକୁ ଚାହୁଥିଲେ ତାହା ମିଳିବନାହିଁ । ଏହି ପ୍ଲାନ୍ ବର୍ତ୍ତମାନ ନୂଆ ଗ୍ରାହକଙ୍କ ସହ ବର୍ତ୍ତମାନର ଥିବା ଗ୍ରାହକଙ୍କୁ ମଧ୍ୟ ମିଳୁଛି । ବିଏସଏନଏଲ ୨୭୫ ଟଙ୍କା ପ୍ଲାନ୍ ବିଏସଏନଏଲର ଫାଇବର ଏଣ୍ଟ୍ରି ପ୍ଲାନ୍ ୩୨୯ ଟଙ୍କା ତୁଳନାରେ ଅଧିକ ସୁଲଭ, କାରଣ ଏହି ଏଣ୍ଟ୍ରି ପ୍ଲାନରେ ପ୍ରତିମାସକୁ ୧ ଜିବି ଡାଟା ମିଳିଥାଏ ।