fbpx

ଜନଶତାଦ୍ଧୀ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ: ହାଓଡାରୁ ଭୁବନେଶ୍ୱର ଆସୁଥିବା ସମୟରେ ଦୁର୍ଘଟଣା

ଭଦ୍ରକ: ଭଦ୍ରକ୍ ଷ୍ଟେସନ୍ ନିକଟରେ ହାଓଡା-ଭୁବନେଶ୍ୱର ଜନଶତାଦ୍ଧୀ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। ଡଗରସାହୀ ଲେବଲକ୍ରସିଂ ନିକଟରେ ଗୋଟିଏ ବଗୀ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ହାଓଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଏହି ଘଟିଛି ଦୁର୍ଘଟଣା। ଲାଇନ୍‌ଚ୍ୟୁତର କାରଣ ଅଷ୍ପଷ୍ଟ ରହିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଭଦ୍ରକ ଷ୍ଟେସନ୍‌କୁ ପଶିବା ପୁର୍ବରୁ ଡଗରସାହୀ ଲେବଲକ୍ରସିଂ ନିକଟରେ ଟ୍ରେନ୍‌ର ଗୋଟିଏ ବଗୀ ଲାଇନ୍‌ଚ୍ୟୁତ ହୋଇଥିଲା। ଯାନ୍ତ୍ରୀକ ତୃଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସୂଚନା ପାଇଁ ରେଲୱେ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସେମାନଙ୍କୁ ତୁରନ୍ତ ଟ୍ରେନ୍‌ରୁ ଓଲ୍ଲାଇ ଦିଆଯାଇଥିଲା। ରାତି ବଢୁଥିବାରୁ ରେଲୱେ ପକ୍ଷରୁ ଲାଇନ୍ ମରାମତୀ କାର୍ଯ୍ୟ ତ୍ୱରାନିତ କରାଯାଉଥିବା ସୂଚନା ମିଳିଛି।

Get real time updates directly on you device, subscribe now.