fbpx

ଏଣିକି ୨ ନୁହେଁ ଦେଖିବାକୁ ପଡ଼ିବ ୫ ବିଜ୍ଞାପନ: କରିପାରିବେନି ସ୍କିପ୍…

ନୂଆଦିଲ୍ଲୀ: ୟୁଟ୍ୟୁବରେ ଭିଡିଓ ଦେଖିବା କାହାକୁ ବା ପସନ୍ଦ ନୁହେଁ । ସମସ୍ତେ ନିଜ ମନ ପସନ୍ଦର ଭିଡିଓ ଦେଖିବାକୁ YouTube କୁ ପ୍ରାଥମିକତା ଦେଉଥାନ୍ତି । ଆଉ ଏକ  ବଡ଼ କଥା ହେଉଛି ୟୁଟ୍ୟବ୍ ରେ ମାଗଣାରେ ଅନେକ ଭିଡିଓ ଦେଖିହୁଏ । କିନ୍ତୁ ଏଥିପାଇଁ ଆମକୁ ସବୁ ଭିଡିଓରେ ଆଡ୍ ଦେଖିବାକୁ ମିଳିଥାଏ । ଅବଶ୍ୟ ଏହି ଆଡ୍ ରୁ ବଞ୍ଚିବା ପାଇଁ ୟୁଟ୍ୟୁବର ପେଡ୍ ସବସ୍କ୍ରିପସ୍ପନ ମଧ୍ୟ ରହିଛି ।

ଅନେକ ସମୟରେ ୟୁଟ୍ୟୁବ୍ ରେ ଆମକୁ ସ୍କିପ୍ ବିହୀନ ଆଡ୍ ଦେଖିବାକୁ ମିଳେ । ଅର୍ଥାତ୍ ସେହି ଆଡ୍ ନସରିବା ପର୍ଯ୍ୟନ୍ତ ଆପଣ ଭିଡିଓ ଦେଖିପାରିବେ ନାହିଁ । ସାଧାରଣତଃ ଏହି ଭଳି ଆଡ୍ ଭିଡିଓ ଆରମ୍ଭରେ ଦେଖିବାକୁ ମିଳିଥାଏ । ପ୍ରାୟ ୨ ଟି ସ୍କିପ୍ ବିହୀନ ଆଡ୍ ଦେଖିବାକୁ ମିଳିଥାଏ । କିନ୍ତୁ ଏହାରି ମଧ୍ୟରେ ଖବର ଆସୁଛି ଯେ ଏଣିକି ଗ୍ରାହକଙ୍କୁ ୨ ବଦଳରେ ୫ ସ୍କିପ୍ ବିହୀନ ଆଡ୍ ଦେଖିବାକୁ ପଡ଼ିବ ।

ତେବେ ଏନେଇ ୟୁଟ୍ୟୁବ୍ ତରଫରୁ କୁହାଯାଇଛି ଯେ ଏହି ଆଡ୍ ଗୁଡ଼ିକ ଦୀର୍ଘ ସମୟର ହେବ ନାହିଁ । ଏହି ଆଡ୍ ଗୁଡ଼ିକ ୬ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ତେଣୁ ଜଣେ ୟୁଜର୍ସଙ୍କୁ ହାରାହାରି ୩୦ ସେକେଣ୍ଡ ଦେବାକୁ ପଡ଼ିବ । ଏହାର ବର୍ତ୍ତମାନ ବର୍ତ୍ତମାନ ଟେଷ୍ଟିଂ ଚାଲିଛି ବୋଲି ମଧ୍ୟ କୁହାଯାଇଛି । ତେବେ ଆପଣ ୟୁଟ୍ୟୁବର ପେଡ୍ ସବସ୍କ୍ରିପ୍ସନ ନେଉଛନ୍ତି ତେବେ ଆପଣଙ୍କୁ ଏହି ଆଡ୍ ଦେଖିବାକୁ ମିଳିବନି ।

Get real time updates directly on you device, subscribe now.