fbpx

(Video) ଡଙ୍ଗା ବୁଡ଼ିଲା ମଝି ନଇରେ: ଚାଲିଗଲା ୨୫ ଜୀବନ…

ନଦୀ ଗର୍ଭରେ ବୁଡିଲା ଡଙ୍ଗା । ୭୦ ଜଣ ଲୋକଙ୍କୁ ନେଇ ଯାଉଥିଲା ଡଙ୍ଗା । ନଈରେ ବୁଡି ଡଙ୍ଗାରେ ଥିବା ୭୦ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କ ଜୀବନ ଚାଲିଗଲା । ରବିବାର ବାଂଲାଦେଶରେ ଏଭଳି ଦୁଃଖଦ ଘଟଣା । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ ଏହି ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ରବିବାର କୌଣସି କାରଣରୁ ଡଙ୍ଗାଟି ନଦୀ ଗର୍ଭରେ ବୁଡ଼ି ଯାଇଥିଲା । ଫଳରେ ଅଧିକାଂଶ ଯାତ୍ରୀ ନିଖୋଜ ରହିଥିଲେ  । ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା  ।

ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକଙ୍କ ମଧ୍ୟରେ ଛୋଟପିଲା ଓ ମହିଳା ସାମିଲ ରହିଛନ୍ତି  । ଉଦ୍ଧାରକାରୀ ଦଳ ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।

ବାଂଲାଦେଶର ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ଏହି ଅଘଟଣ ଘଟିଛି  । ଏହାକୁ ନେଇ ସେଠାକାର ଜିଲ୍ଲାପାଳ ଜହୁରୁଲ୍ ଇସ୍ଲାମ କହିଛନ୍ତି, “ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି  । ବର୍ତ୍ତମାନ ସୁଦ୍ଧା କେତେ ଜଣ ନିଖୋଜ ରହିଛନ୍ତି ସେହି ସଂଖ୍ୟା ସ୍ପଷ୍ଟ ହୋଇପାରିନାହିଁ  । ବୁଡ଼ି ଯାଇଥିବା ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରା କରୁଥିଲେ ବୋଲି ପ୍ରାଥମିକ ସୂଚନା ରହିଛି  ।”

ବାଂଲାଦେଶରେ ପ୍ରତିବର୍ଷ ଡଙ୍ଗା ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଉଛି  । ଏକ ତଳିଆ ଦେଶ ହୋଇଥିବା ବେଳେ ଏଠାରେ ଅନେକ ସ୍ଥାନକୁ ଯୋଡ଼ୁଥିବା ଜଳ ମାର୍ଗ ରହିଛି  । କିନ୍ତୁ ଏହି ଜଳମାର୍ଗରେ ଡଙ୍ଗା ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ  ।

Get real time updates directly on you device, subscribe now.