fbpx

World Contraception Day: ଗର୍ଭନିରୋଧକ ଔଷଧ ସେବନ କେତେ ସୁରକ୍ଷିତ? ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ସାରା ବିଶ୍ୱର ଜନସଂଖ୍ୟା ଏବେ ୮୦୦ କୋଟି ପାଖା ପାଖି ପହଞ୍ଚିଲାଣି । ଏହାପରେ ବି ଥମିବାର ନାଁ ଧରୁନି ଜନସଂଖ୍ୟା ବୃଦ୍ଧି । ତେବେ ଏହାକୁ ରୋକିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି କିଛଇ ସଂସ୍ଥା ଳୋକମାନଙ୍କୁ ସଚେତନ କରାଉଛନ୍ତି । ତେଣୁ ଏହି ଉଦ୍ଦେଶ୍ୟ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୬ ତାରିଖକୁ ବିଶ୍ୱ ଗର୍ଭନିରୋଧକ ଦିବସ ଭାବେ ପାଳନ କରାଯାଉଛି । ତେବେ କିଛି ଲୋକ ଗର୍ଭ ନିରୋଧକ ଔଷଧରେ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏହି ଔଷଧ ଖାଇବା କେତେ ସୁରକ୍ଷିତ, ତାହା ମଧ୍ୟ ଏକ ବଡ ପ୍ରଶ୍ନ । ଏ ନେଇ ଏକ୍ସପର୍ଟମାନେ କ’ଣ ମତ ଦେଇଛନ୍ତି ଆସନ୍ତୁ ଜାଣିବା ।

ଫ୍ୟାମିଲି ପ୍ଲାନିଙ୍ଗ କିମ୍ବା ଗର୍ଭାବସ୍ଥାକୁ ରୋକିବାର ଉପାୟଗୁଡିକୁ(କଣ୍ଟ୍ରାସେପ୍ସନ) ନେଇ ସୂଚନା ଦେଇଛନ୍ତି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଗାଇନୋଲୋଜିଷ୍ଟ ଡା. ସୁରପ୍ରୀତ କୌର ସନ୍ଧୁ । ତେବେ ଅଧିକାଂଶ ଲୋକଙ୍କୁ ଏ ସମ୍ପର୍କରେ ସଠି ସୂଚନା ନଥାଏ । ତେଣୁ କଣ୍ଟ୍ରାସେପ୍ସନକୁ ନେଇ ସଚେତନତା କରାଇବା ନିହାତି ଆବଶ୍ୟକ । ତେବେ ଫ୍ୟାମିଲି ପ୍ଲାନିଙ୍ଗ ପାଇଁ କଣ୍ଟ୍ରାସେପ୍ସନ ଏକ ସୁରକ୍ଷିତ ଏବଂ ସୁନ୍ଦର ଉପାୟ ବୋଲି ସ୍ପଷ୍ଟ କରିଛନ୍ତି ଗାଇନୋଲୋଜିଷ୍ଟ । କିନ୍ତୁ ଲୋକଙ୍କ ବୟସ ଏବଂ ଶରୀରର ଅବସ୍ଥାକୁ ଦେଖି ଏ ନେଇ ପରାମର୍ଶ ଦିଆଯାଇଥାଏ ।

ଅନ୍ୟ ପକ୍ଷରେ ଡା. ସୁରପ୍ରୀତ କୌର କହିଛନ୍ତି ଯେ, ଡାକ୍ତରଙ୍କ ବିନା ପରାମର୍ଶରେ କଣ୍ଟ୍ରାସେପ୍ଟିଭ ପିଲ୍ସ ଅର୍ଥାତ ଗର୍ଭନିରୋଧକ ଔଷଧର ବ୍ୟବହାର କରିବା ଉଚିତ ନୁହେଁ । ତେବେ ଏହି ଔଷଧ ଦୁଇ ପ୍ରକାରର ହୋଇଥାଏ, ନର୍ମାଲ ଏବଂ ଇମରଜେନ୍ସି । ଅଧିକାଂଶ ଲୋକ ଇମରଜେନ୍ସି କଣ୍ଟ୍ରାସେପ୍ଟିଭ ପିଲ୍ସକୁ ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର କରିଥାନ୍ତି । ଯାହା ସେମାନଙ୍କ ପାଇଁ ବିପଦ ହୋଇପାରେ । ଏହି ମେଡିସିନକୁ ଜୀବନରେ ମାତ୍ର ଥରେ କିମ୍ବା ଦୁଇ ଥର ସେବନ କରିବା ଉଚିତ । ନଚେତ ଏହାର ସାଇଡ ଇଫେକ୍ଟ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.