fbpx

(Video) ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଚକମା ଦେଇ ଖସି ପଳାଇଲା ଅଜଗର: ଭୟରେ ଗାଁ ଲୋକେ…

ମାଲକାନଗିରି: ସ୍ନେକ ହେଲ୍ପଲାଇନ୍କୁ ଚକମା ଦେଇ ଖସିଗଲା ବିଶାଳ ଅଜଗର । ପ୍ରଥମେ ଧରା ଦେଲା ଓ ତାପରେ ଖସି ପଳାଇଲା । ଧରିକି ବି ଧରିପାରିଲେନି ସ୍ନେକ୍ ହେଲ୍ପଲାଇନ ସଦସ୍ୟ । କାମୁଡ଼ିବାକୁ ଗୋଡ଼ାଇବାରୁ ଭୟରେ ଛାଡ଼ିଦେଲେ । ଏକା ଥିବାରୁ ସ୍ନେକ ହେଲ୍ପଲାଇନ୍ ସଦସ୍ୟଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା ଅଜଗର । ଯାହାଫଳରେ ହାତରୁ ଖସି ପଳାଇଥିଲା । ଏବେ ଅଜଗର ଗାଁ ଭିତରେ ଥିବାରୁ ଲୋକେ ଭୟରେ ଦିନ କାଟୁଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମଳିଛି ମାଲକାନାଗିରି ଜିଲ୍ଲା ଏମ୍ ୨ ଗାଁରେ ।

ଚାଲିଛି ଅଜଗର ଧରା । ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ବିଶାଳ ଅଜଗରକୁ ଧରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ହେଲେ ଅଜଗରର ବଳ ଆଗରେ ଏହି ସଦସ୍ୟଙ୍କର ବଳ କିଛି କାମ କରୁନାହିଁ । କେତେବେଳେ ଅଜଗରଟି କାମୁଡ଼ିବାକୁ ମାଡ଼ି ଆସୁଛି ତ ପୁଣି କେତେବେଳେ ସ୍ନେକ ହେଲ୍ପଲାଇନର ସଦ୍ୟଙ୍କୁ ଘୋଷାଡ଼ି ନେଇ ପଳାଉଛି । ଶେଷରେ ଅଜଗରକୁ ଧରିବା ଲଢ଼େଇରେ ଅଜଗରର ଜିତାପଟ ହୋଇଛି । ଯାହାଫଳରେ ହାତରୁ ଖସି ପଳାଇଛି ଅଜଗର ଟି । ଖସିଯାଇ ଗାଁ ଭିତରେହି ଲୁଚି ରହିଛି । ସେପଟେ ସାପଟି ଖସିଯାଇଥିବାରୁ ପୁଣି ଭୟରେ ଗାଁ ଲୋକ ରହିଛନ୍ତି । ତେବେ ଆସିବାସୀ ମାନେ ସାପଟିକୁ ପୁଣିଥରେ ଧରିବା ପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.