fbpx

ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ Ropeway: ୧୦ଟି ରୋପୱେ ନିର୍ମାଣ ପାଇଁ NHAIକୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ଖୁସି ଖବର । ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପୱେ । ଏହି ରୋପୱେ କାଇଜାଇ ମନ୍ଦିରକୁ ସଂଯୋଗ କରିବ । ରାଜ୍ୟ ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏନେଇ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଖୁବଶୀଘ୍ର ଏ ବାବଦରେ ଜାତୀୟ ରାଜପଥ ମନ୍ତ୍ରଣାଳୟ (ଏନଏଚଏଆଇ)କୁ ପ୍ରସ୍ତାବ ପଠାଯିବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ ଚିଲିକା ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ।

ବର୍ତ୍ତମାନ ଉତ୍ତରାଖଣ୍ଡର ଅଲି ରୋପୱେ ଦେଶର ସବୁଠାରୁ ଦୀର୍ଘ ରୋପୱେର ମାନ୍ୟତା ପାଇଥିବା ବେଳେ ଏହାର ଲମ୍ବ ରହିଛି ୪ କିମି । ତେବେ ପ୍ରୟାଗି କୃଷ୍ଣପ୍ରସାଦ ରାସ୍ତାରୁ କାଳିଜାଇକୁ ସଂଯୋଗ କରି ଏକ ରୋପୱେ ନିର୍ମାଣ କରାଯିବ । ଚିଲିକାର ଏହି ରୋପୱେର ଲମ୍ବ ରହିବ ୫.୩ କିମି ଓ ଏହା ଦେଶର ସବୁଠାରୁ ଦୀର୍ଘ ରୋପୱେ ଭାବେ ଗଣାଯିବ ।

ଏନଏଚଆଇର ସବସିଡାରି ସଂସ୍ଥା ନ୍ୟାସନାଲ ହାଇୱେଜ୍ ଲଜିଷ୍ଟିକ୍ ମ୍ୟାନେଜେମଣ୍ଟ ଲିମିଟେଡ (ଏନଏଚଏମଏଲ) ପକ୍ଷରୁ ଏହାର ଉନ୍ନତିକରଣ କରାଯିବ । ପର୍ଯ୍ୟଟନ ଶିଳ୍ପ ଓ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱ ଥିବା ପର୍ଯଟନସ୍ଥଳୀରେ ୧୦ଟି ରୋପୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେବେ । ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡରୁ ମଙ୍ଗଳପୁର, କେନ୍ଦୁଝରର ବକ୍ସିବରିଗାଁ-ବାୟାପଣ୍ଡାଧରରୁ ଗୋନାସିକା, ଅନୁଗୁଳର ନୁଗୁଡ଼ାରୁ ମଳୟଗିରି ପାହାଡ଼, ମୟୂରଭଞ୍ଜର ଉଦଳାରୁ ଚକସୋଲିପଦାରୁ ଦେବକୁଣ୍ଡ, କୋରାପୁଟର ଗୁମଣ୍ଡିରୁ ଦୁଧାରୀ, କନ୍ଧମାଳର ଫୁଲବାଣୀ-ଗୋଛପଡ଼ାରୁ ପୁଟୁଡ଼ି ଜଳପ୍ରପାତ, ନୟାଗଡ଼ର ବଡ଼ମୂଳ କୁଟୁରିରୁ ସାତକୋସିଆ, କୋରାପୁଟର ଦୁଧାରିରୁ ଗୁମାଣ୍ଡି ରାସ୍ତାକୁ ଇକୋ ରିଟ୍ରିଟ, ପୁରୀ କୃଷ୍ଣପ୍ରସାଦ ସାତପଡ଼ା ରାସ୍ତାରୁ ଚିଲିକା ଅଞ୍ଚଳରେ ରୋପୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.