fbpx

SBI କୁ ଛାଡ଼ି ସବୁ ସରକାରୀ ବ୍ୟାଙ୍କର ହେବ ଘରୋଇକରଣ ! Privatization କୁ ନେଇ ବଡ଼ ଅପଡେଟ୍..

ନୂଆଦିଲ୍ଳୀ: ଦେଶରେ ଘରୋଇକରଣକୁ ନେଇ ସରକାର ଦ୍ରୃତ ଭାବରେ ଆଗକୁ ବଢ଼ୁଛନ୍ତି । ସରକାର ଖୁବଶୀଘ୍ର ଦୁଇ ସରକାର ବ୍ୟାଙ୍କକୁ ଘରୋଇକରଣ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରକ୍ରିୟା ପୂରା ହେବାକୁ ଯାଉଛି । ଏହା ବ୍ୟତୀତ ଅନେକ ସରକାରୀ କମ୍ପାନୀ ଏଭଳି ଅଛନ୍ତି ବେସରକାରୀ ହାତକୁ ଦିଆଯାଇଛି । ଆସନ୍ତା ମାସରୁ ଘରୋଇକରଣ ଆରମ୍ଭ ହୋଇପାରେ । ଅନ୍ୟପଟେ ସରକାରୀ କର୍ମଚାରୀ ଏହାର ବିରୋଧରେ ଲଗାତାର ବିରୋଧ କରୁଛନ୍ତି । କିନ୍ତୁ ଏହାରି ମଧ୍ୟାରେ ଦେଶର ଦୁଇ ପ୍ରମୁଖ ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ସରକାରଙ୍କୁ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଛାଡ଼ି ସବୁ ସରକାରୀ ବ୍ୟାଙ୍କକୁ ପ୍ରାଇଭେଟ କରିଦେବା ଦରକାର ।

ଇଣ୍ଡିଆ ପଲିସି ଫୋରମରେ ଉପସ୍ଥାପିତ ଏକ ପଲିସି ପେପରରେ, ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କୋଲମ୍ବିଆ ୟୁନିଭର୍ସିଟିର ପ୍ରଫୋସର ଅରବିନ୍ଦା ପାନାଗାରିଆ ଏବଂ ଏନସିଏଆଇଆରର ଡାଇରେକ୍ଟର ଜେନେରାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦ ସଦସ୍ୟ ପୁନମ ଗୁପ୍ତା ସରକାରଙ୍କୁ ଏହି ବଡ଼ ପରାମର୍ଶ ଦେଇଛନ୍ତି । ଉଭୟ କହିଛନ୍ତି ଯେ ସରକାରୀ ବ୍ୟାଙ୍କର ଘରୋଇକରଣ ହେବା ସମସ୍ତଙ୍କ ପାଇଁ ଭଲ । ଅଧିକାଂଶ ବ୍ୟାଙ୍କ୍ ର ଘରୋଇକରଣ ହେବାଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ମଧ୍ୟ ଚାପ ପଡ଼ିବ, ଯାହାଦ୍ୱାରା ସଂପୂର୍ଣ୍ଣ ପ୍ରକ୍ରିୟା, ନିୟମକୁ ସୁବ୍ୟବସ୍ଥିତ କରିବ, ଫଳରେ ଏହାର ଭଲ ଫଳାଫଳ ମିଳିପାରିବ ।

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ରେ ଆଇଡିବିଆଇ ବ୍ୟାଙ୍କ ସହ ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ନେଇ ଘୋଷଣା କରିଥିଲେ । ଏହା ବ୍ୟତୀତ ନୀତି ଆୟୋଗ ଘରୋଇକରଣ ପାଇଁ ଦୁଇ ପିଏସୟୁ ବ୍ୟାଙ୍କୁ ମଧ୍ୟ ସର୍ଟଲିଷ୍ଟ କରିଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ଏହି ଲିଷ୍ଟ ମଧ୍ୟରୁ ପ୍ରଥମେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ଘରୋଇକରଣ କରାଯାଇପାରେ ।

 

 

 

Get real time updates directly on you device, subscribe now.