fbpx

Diabetesକୁ କଣ୍ଟ୍ରୋଲ କରେ ବ୍ଲୁବେରୀ, ଅନେକ ପୋଷକ ତତ୍ତ୍ୱରେ ଭରପୂର ଏହି ଫଳ

ମଧୁମେହ ତଥା ଡାଇବେଟିସକୁ ପରିଚାଳନା କରିବା ପାଇଁ ବିଶେଷଜ୍ଞମାନେ ଖାଦ୍ୟପେୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥାନ୍ତି । ଯେତିକି ଖାଦ୍ୟ ଖାଇବାକୁ ନେଇ ଗୁରୁତ୍ୱ ଦିଅନ୍ତି ସେତିକି ବ୍ୟାୟାମ, ଡାଏଟ୍ ଔଷଧ ସହିତ ଏହି ସବୁ ଜିନିଷର ଯତ୍ନ ନେଇ ସୁଗର ଲେବଲକୁ ନିୟନ୍ତ୍ରଣ କରିପାରିବେ । ହେଲେ ଏହାରି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଫଳକୁ ଖାଦ୍ୟର ସାମିଲ କରିବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ଫଳଟି ହେଉଛି ବ୍ଲୁବେରି । ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ଡାଇବେଟିସ୍ ତଥା ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତି ବ୍ୟବହାର କରିବାରେ ଫାଇଦା ମିଳିଥାଏ ।
ତେବେ ଏହି ବ୍ଲୁବେରିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । ଏବଂ ଏହା ରକ୍ତରେ ଥିବା ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରି ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।
ଅନ୍ୟପଟେ ମଧୁମେହ ଜନିତ ସମସ୍ୟାରେ, ଶରୀରରେ ଇନସୁଲିନ୍ ହୁଏ ନାହିଁ ଏହି କାରଣରୁ, ରକ୍ତରେ ସୁଗାର ଲେବଲକୁ ନିୟନ୍ତ୍ରଣରେ ରୁହେ ନାହିଁ । ଏଥିପାଇଁ ମଧୁମେହ ସନ୍ତୁଳିତ ରଖିବାରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ ବିଶେଷଜ୍ଞମାନେ ଖାଦ୍ୟରେ ବ୍ଲୁବେରି ସାମିଲ୍ କରିବାକୁ ପରାମର୍ଶ ଦିଅନ୍ତି । ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି, କର୍କଟ ରୋଗର ପ୍ରତିରୋଧି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହି ବ୍ଲୁବେରିରୁ ମିଳିଥାଏ ।

Get real time updates directly on you device, subscribe now.