fbpx

ନବରାତ୍ରୀ ମହୋତ୍ସବରେ ତୀବ୍ର ସଂଘର୍ଷ, ଅଶ୍ଳୀଳ ନୃତ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ: ନବରାତ୍ରି ଉତ୍ସବକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ। ମା ଦୁର୍ଗାଙ୍କ ପ୍ରତିମା ସ୍ଥାପନ ନେଇ ତଥାକଥିତ ଉପର ଜାତି ଏବଂ ତଳ ଜାତି ମଧ୍ୟରେ ହିଁସକ ଝଗଡା ହୋଇଛି। ପୋଲିସର ସୂଚନାନୁସାରେ, ଏହି ଘଟଣା ଭୋପାଳଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଅଗର ଜିଲ୍ଲାର କାନକର ଗ୍ରାମରେ ଘଟିଛି। ଗାଁର ଦଲିତ ସମ୍ପ୍ରଦାୟର ସଦସ୍ୟମାନେ କହିଛନ୍ତି ଯେ ସେମାନେ ଦେବୀ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରିଥିବାରୁ ଉପର ଜାତିର ଲୋକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଅନ୍ୟ ପକ୍ଷ ଦାବି କରିଛନ୍ତି ଯେ ଗାରବା ସମାରୋହ ପାଇଁ ଦୁଇ ଝିଅଙ୍କ ଦ୍ୱାରା କରାଯାଇଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। “ସେଠାରେ ଏକ ଗୀତ-ନୃତ୍ୟ କାର୍ଯ୍ୟକ୍ରମ ଥିଲା ଯାହା ଦ୍ୱାରା ବିବାଦ ଲାଗି ରହିଥିଲା ​​ଯାହା ଫଳରେ ଝଗଡା ହୋଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ ନାଭାଲ ସିଂ ସିସୋଦିଆ କହିଛନ୍ତି ଯେ, ଆମେ ଉଭୟ ପକ୍ଷରୁ ଅଭିଯୋଗ ପଞ୍ଜୀକୃତ କରିଛୁ ଏବଂ କିଛି ଲୋକଙ୍କୁ ଗିରଫ କରାଯାଇଛି।

ଝଗଡ଼ାରେ ଉଭୟ ପକ୍ଷ ଲାଠି ବ୍ୟବହାର କରିଥିଲେ, ଆମ ପାଖରେ କିଛି ଭିଡିଓ ଅଛି ଯାହାକୁ ଆମେ ତଦନ୍ତ କରୁଛୁ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.