fbpx

ପଙ୍କଜ ତ୍ରିପାଠୀ ହେଲେ ‘National Icon’: ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଫିଲ୍ମ ଏବଂ ଓଟିଟିରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ମନୋଜ ତ୍ରିପାଠୀ । ଏବେ ମନୋଜଙ୍କୁ ଆଉ ଏକ ସଫଳତା ମିଳିଛି । ମନୋଜ ତ୍ରିପାଠୀଙ୍କୁ ନିର୍ବାଚନ ଆୟୋଗ ଏହାର ନାସନାଲ ଆଇକନ୍  କରିବା ପାଇଁ ନିଷ୍ପତ୍ତି ନେଇଛି । ସୋମବାର ନିର୍ବାଚନ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ମତଦାନ ପ୍ରତିଶତ ବଢ଼ାଇବା ଏବଂ ଶତପ୍ରତିଶତ ମତଦାନର ପ୍ରଚାର କରିବା ପାଇଁ ନିର୍ବାଚନ ଆୟୋଗ ଲୋକପ୍ରିୟ ହସ୍ତିଙ୍କୁ ନାସନାଲ ଆଇକନ କିମ୍ବା ବ୍ରାଣ୍ଡ୍ ଆମ୍ବାସଡର କରିଥାଏ ।

୨୦୧୪ ରେ ନିର୍ବାଚନ ଆୟୋଗ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବ୍ରାଣ୍ଡ୍ ଆମ୍ବାସଡର କରିଥିଲେ । ନିର୍ବାଚନ ଆୟୋଗ ଏହିଭଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ବ୍ରାଣ୍ଡ୍ ଆମ୍ବାସଡର କରିଥିଲା ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୋମବାରରେ ୬ ରାଜ୍ୟର ସାତ ବିଧାନସଭା ସିଟକୁ ନେଇ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏଥିପାଇଁ ଅୟୋଗ ବିଜ୍ଞପ୍ତି ଜାରି କରିଛି । ଏହି ୬ ରାଜ୍ୟର ସାତ ବିଧାନସଭା ସିଟ୍ ରେ ୩ ନଭେମ୍ବରରେ ମତଦାନ ଏବଂ ୬ ନଭେମ୍ବରରେ ମତଗଣନା ହେବ । ଏହି ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ବିହାର, ହରିୟାଣା, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ଓଡ଼ିଶା । ଏହି ଉପନିର୍ବାଚନ ମହରାଷ୍ଟ୍ରର ଅନେ୍ଧରୀ ଇଷ୍ଟ, ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକରନନାଥ ଏବଂ  ଓଡ଼ିଶାର ଧାମନଗର ବିଧାନସଭା କ୍ଷେତ୍ରରେ ହେବ ।

Get real time updates directly on you device, subscribe now.