fbpx

ଭକ୍ତଙ୍କ ହାତରୁ ଲଡୁ ଖାଇଲେ ମହାବୀର: କଳିଯୁଗରେ ବଜରଙ୍ଗୀ ଦେଖାଇଲେ ଚମତ୍କାରିତା

ତ୍ରେତୟା ଯୁଗରେ ପବନପୁତ୍ର ହନୁମାନଙ୍କ ଚମକ୍ରାର ଦେଶ ବିଦେଶରେ ବେଶ ପ୍ରଶିଦ୍ଧ । ଲଙ୍କା ଜାଳିବାଠୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ପର୍ବତ ଉଠାଇବା ଭଳି ଅନେକ ଚମତ୍କାର ସେ କରିଥିବା ରାମାୟଣରେ ବର୍ଣ୍ଣିତ ରହିଛି । ସେହିପରି ହନୁମାନଙ୍କୁ ଭୋକ ଲାଗିବାରୁ ଦିନେ ସେ ସୂର୍ଯ୍ୟଙ୍କୁ ବି ଖାଇ ଦେଇଥିଲେ ବେଲି କହୁଛି ପୁରାଣ । ଫଳରେ ସାରା ଜଗତ ଅନ୍ଧାର ହୋଇ ଯାଇଥିଲା । ତେବେ ବର୍ତ୍ତମାନ କଳିଯୁଗରେ ବି ବୀର ବଜରଙ୍ଗୀଙ୍କର ଆଉ ଏକ ଚମତ୍କାର ସାମ୍ନାକୁ ଆସିଛି । ଏମିତି ଏକ ଆଶ୍ଚର୍ଯ୍ୟ ଘଟଣା ଯାହାକୁ ଦେଖି ସମସ୍ତେ ଚମକି ପଡିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଭୋଗ ଖାଉଛନ୍ତିି ଶ୍ରୀରାମଭକ୍ତ ମହାବୀର ।

ଶ୍ରଦ୍ଧାରେ ଭକ୍ତ ଅର୍ପଣ କରୁଥିବା ଭୋଗକୁ ହନୁମାନ ଖାଉଥିବା ଦେଖିବାକୁ ମିଳିଛି । ଭୋଗ ଖାଉଥିବାର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ହନୁମାନଙ୍କ ପାଟିରେ ଏହି ଭୋଗ ସବୁ ଫୁଟୁଥିବା ଦେଖିବାକୁ ମିଳିଛି । ଶୋଇଥିବା ଅବସ୍ଥାରେ ହନୁମାନଙ୍କ ପ୍ରତିମାରେ ଯେତେ ଭୋଗ ଦେଲେ ମଧ୍ୟ ସବୁତକ ଭୋଗକୁ ପବନ ପୁତ୍ର ସେବନ କରିଥାନ୍ତି । ଭଗବାନଙ୍କର ଏହି ଚମକ୍ରାର ଦୃଶ୍ୟକୁ ଦେଖିବା ପାଇଁ ଜମିଥାଏ ଶହ ଶହ ଭକ୍ତଙ୍କ ଭିଡ଼ । ତେବେ ଏହି ଭୋଗ କେଉଁଠାକୁ ଯାଉଛି ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।

ଉତ୍ତରପ୍ରଦେଶ ରାଜ୍ୟର ଇଟୱା ସହରରେ ଥିବା ପ୍ରସିଦ୍ଧ ପିଲୁଆ ମହାବୀର ମନ୍ଦିରରେ ଏଭଳି ଚମକ୍ରାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମୂର୍ତ୍ତି କେତେ ପୁରୁଣା ତାହା କହି ହେଉନି । କିନ୍ତୁ କଳି ଯୁଗରେ ସ୍ୱୟଂ ଶ୍ରୀରାମ ଭକ୍ତ ମହାବୀର ହନୁମାନଙ୍କର ଏପରି ଲୀଳାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆପେ ଆପେ ଭକ୍ତଙ୍କ ହାତ ଯୋଡି ହୋଇଯାଉଛି ଏବଂ ମନରେ ଭକ୍ତ ଭାବନା ଜନ୍ମ ନେଉଛି ।

 

Get real time updates directly on you device, subscribe now.