fbpx

ରାବଣ ପୋଡି ପାଇଁ ୪ ଟି ଅନୁଷ୍ଠାନ କୁ ମିଳିଲା ଅନୁମତି ! ଜାଣନ୍ତୁ କେଉଁଠି କେଉଁଠି ହେବ ରାବଣ ପୋଡି…

ଭୁବନେଶ୍ୱର: ଆଜି ହେଉଛି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା । ଏହି ଦିନ ମା ଦୁର୍ଗତି ନାଶିନୀ ମହିଷାସୁର କୁ ବଧ କରି ପୃଥିବୀରୁ ଅତ୍ୟାଚାରକୁ ବିନାଶ କରିଥିଲେ । କୁହାଯାଏ ଯେ ଦଶହରା ବା ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଜୟ ,ଅଧର୍ମ ଉପରେ ଧର୍ମର ଜୟ , ଅନ୍ୟାୟ ଉପରେ ନ୍ୟାୟ ର ବିଜୟ, ଅନ୍ଧାର ଉପରେ ଆଲୋକ ର ବିଜୟ । ତେବେ ବିଗତ ୨ ବର୍ଷ ହେବ ମହାମାରୀ କରୋନା ପାଇଁ ଦେଶ ତଥା ରାଜ୍ୟରେ ସମସ୍ତ ପୂଜା ପର୍ବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଖୁବ୍ ଧୁମ ଧାମରେ ସମସ୍ତ ପୂଜା ପର୍ବ ପାଳନ କରାଯାଉଛି । ତେବେ ଭୁବନେଶ୍ୱରେ ମଧ୍ୟ ଖୁବ ଜାକଜମକରେ ପାଳିତ ହୋଇଛି ଦୁର୍ଗା ପବଜା ।

ତେବେ ଏହି ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ । ତେଣୁ ଏହି ଦିନ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତିବର୍ଷ ଦଶହରା ଦିନ ବିଭିନ୍ନ ସ୍ଥାନରେ ରାବଣ ଦହନ କରାଯାଇ ଥାଏ । ତେବେ ଆଜି ରାବଣ ପୋଡି ନେଇ ଭୁନନେଶ୍ୱରର ୪ ଟି ସ୍ଥାନକୁ ଅନୁମତି ଦିଆ ଯାଇଛି । ବରମୁଣ୍ଡା, ଝାରପଡା, କୋରଡକଣ୍ଟା ଏବଂ ପାହାଳରେ ରାବଣ ପୋଡିବାକୁ ଅଗ୍ନିଶମ ବିଭାଗ ଅନୁମତି ପତ୍ର ଦେଇଛି । ତେବେ କ୍ଷେତ୍ର ପରିଦର୍ଶନ ପରେ କମିଶନରେଟ୍ ପୋଲିସ ଶେଷ ଅନୁମତି ଦେବ ।

Get real time updates directly on you device, subscribe now.