fbpx

2024 Election: ବିରୋଧୀଙ୍କ ଅସ୍ତ୍ର ଧ୍ୱଂସ ପାଇଯିବ, କ୍ଷମତା ହାତେଇବା ପାଇଁ BJP ପ୍ରୟୋଗ କରିବ ‘Win Win’ ଫର୍ମୂଲା

ନୂଆଦିଲ୍ଲୀ: ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବହୁମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା । ତେବେ ପୁଣି ୨୦୨୪ରେ କ୍ଷମତା ଦଖଲ କରି ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି । ଗତ ଦୁଇଟି ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏଥର ମଧ୍ୟ ପୁରୁଣା ଢାଞ୍ଚା ଆପଣାଇବ । ଏହା ମଧ୍ୟରେ ଦଳ ବିଭିନ୍ନ ରାଜ୍ୟର ମଙ୍ଗୁଆଳଙ୍କୁ ପରିବର୍ତ୍ତନ କରିବା ସହ ତୃଣମୂଳ ସ୍ତରର ସଂଗଠନକୁ ସଜାଡ଼ିବାରେ ଲାଗିଛି ।

୨୦୨୪ରେ ବିଜେପି କିପରି ବିରୋଧୀଙ୍କ ରଣନୀତିକୁ ଛତ୍ରଭଙ୍ଗ ଦେଇ ପୁନର୍ବାର ୱିନର ହେବ ସେଥିପାଇଁ ସଂଘର୍ଷ ଜାରି ରଖିଛି । ତେବେ ଆସନ୍ତା ୧୮ ମାସ ମଧ୍ୟରେ ଦଳର ସମସ୍ତ ବୁଥ ଥରର ନେତା ଓ କର୍ମକର୍ତ୍ତାମାନେ ଆକ୍ଟିଭ ରହିବେ । ମୋଦୀ ୪୦ଟି ନିର୍ବାଚନୀ ରାଲି କରିବେ । ପୂର୍ବରୁ ବିଜେପି ହାରିଥିବା ୧୪୪ଟି ଲୋକସଭା ଆସନକୁ ନିଜ ଦଖଲକୁ ଆଣିବ । ଏଥିପାଇଁ ଦଳ ଏକ ବିଶେଷ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ।

ଏକ ସୂତ୍ର ମୁତାବକ, ୧୪୪ ଦୁର୍ବଳ ଆସନର ୪୦ଟି ସ୍ଥାନରେ ମୋଦୀ ରାଲି କରିବେ । ଅବଶିଷ୍ଟ ୧୦୪ଟି ସିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ, ଅମିତ ଶାହ ଓ ଅନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରାଲି କରିବେ । ଏହି ସମସ୍ତ ଆସନମାନଙ୍କରେ ବିଜେପିର ସ୍ଥିତି ଦୁର୍ବଳ ରହିଥିବାରୁ ଏହି ରାଲି ମାଧ୍ୟମରେ ଜନତାଙ୍କ ମଧ୍ୟରେ ଶକ୍ତି ଜାଗ୍ରତ କରାଯିବ ।

ବିଜେପିର ସ୍ଥିତି ଦୁର୍ବଳ ଥିବା ଏହି ୧୪୪ଟି ସିଟକୁ ୪୦ଟି କ୍ଲଷ୍ଟରରେ ଭାଗ କରିଛି । ଏହି ସମସ୍ତ କ୍ଲଷ୍ଟର ପାଇଁ ଦଳ ୪୦ ଜଣ ମନ୍ତ୍ରୀଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ତେବେ ଏହି ଫର୍ମୂଲା ପଛରେ ବିଜେପିର ଏକ ବଡ଼ ରଣନୀତି ରହିଛି । ଏହି ସିଟମାନଙ୍କରେ ଦଳ ଯଦି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରେ, ତେବେ ଦଳକୁ କ୍ଷମତାର ନିକଟତର କରିବାରେ କେହି ରୋକିପାରିବେ ନାହିଁ । ଏହି ସିଟଗୁଡ଼ିକରେ ବିଜୟର ଅର୍ଥ ହେଉଛି ବିରୋଧୀଙ୍କ ପରାଜୟ । ଗତ ନିର୍ବାଚନରେ ବିଜେପି ଯେଉଁ ସବୁ ସିଟରେ ଜିତିଥିଲା ସେଠାରେ ପୁନର୍ବାର ଜିତିବା ଓ ପରାଜୟ ସିଟରେ ମଧ୍ୟ ଜିତିବାକୁ ଆଶା ରଖିଛି । ଏପରି ଭାବେ ‘ୱିନ୍ ୱିନ୍’ ଫର୍ମୂଲାରେ ବିଜେପି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.