fbpx

ଆକାଉଣ୍ଟରୁ ଟଙ୍କା ଲୁଟିବା ପାଇଁ ଫେକ୍ କଲ୍ ଆସୁଛି କି ? ଏଥିରୁ ବର୍ତ୍ତିବା ପାଇଁ SBI ଦେଲା ଟିପ୍ସ

ନୂଆଦିଲ୍ଲୀ : ଦିନକୁ ଦିନ ଠକେଇ ମାମଲା ବଢ଼ିବାରେ ଲାଗିଛି । ଲୋକମାନଙ୍କୁ ବୋକା ବନେଇ ଠକମାନେ ଟଙ୍କା ଲୁଟିବାରେ ଲାଗିଛନ୍ତି । ଫୋନ୍ କଲ ମାଧ୍ୟମରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଛନ୍ତି । ସ୍କାମ କଲ୍ ମୁକାବିଲା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସେୟାର କରିଛି । ୨୫ ସେକେଣ୍ଡର ଭିଡିଓ କ୍ଲିପ୍ ସେୟାର କରି ବ୍ୟାଙ୍କ କହିଛି ଯେ, ଅଜଣା ନମ୍ବର ବା ସନ୍ଦଗ୍ଧ ନମ୍ବରରୁ କଲ ଆସୁଥିଲେ କେବେ ବି କଲ୍ ବ୍ୟାକ୍ କରନାହିଁ ବି ମେସେଜର ଉତ୍ତର ଦିଅନାହିଁ । କାହିଁକି ନା ଏହା ଆପଣଙ୍କ ବ୍ୟକ୍ତିଗତ/ ଆର୍ଥିକ ଡାଟା ଚୋରି କରିବା ସହ ଆପଣଙ୍କ ଆକାଉଣ୍ଟ ଖାଲି କରିଦେବ ।

ସ୍କାମରମାନେ କିପରି ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି, ତାହା ଭିଡିଓ ମାଧ୍ୟମରେ କହିଛି ଏସବିଆଇ । ଲୋକମାନଙ୍କ ପାଖକୁ ପ୍ରାୟତଃ ଫୋନ୍ କଲ୍ ଆସିଥାଏ, ଯେଉଁଥିରେ ଆପଣଙ୍କର ବିଜୁଳି କନେକ୍ସନ କଟିଯିବ ବୋଲି କୁହାଯାଇଥାଏ । ଏହା ସହ ଲୋକଙ୍କ ପାଖକୁ ମେସେଜ ଆସୁଛି କି, “ପ୍ରିୟ ଗ୍ରାହକ, ଆପଣଙ୍କର ବିଦ୍ୟୁତ୍ ଯୋଗାଣ ଆଜି ରାତି ୯.୩୦ ରେ ବିଦ୍ୟୁତ୍ କାର୍ଯ୍ୟାଳୟରୁ କଟିଯିବ, କାରଣ ଆପଣଙ୍କର ଗତ ମାସର ବିଲ୍ ଅପଡେଟ୍ ହୋଇନାହିଁ । ଦୟାକରି ଆମର ବିଜୁଳି କାର୍ଯ୍ୟାଳୟ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ । ଧନ୍ୟବାଦ ।’ ବିଦ୍ୟୁତ୍ ବିଭାଗ ଦ୍ୱାରା ବିଲ୍ ପେମେଣ୍ଟ କରିବାକୁ ନେଇ ଠକାମିର ଶିକାର ହେଉଥିବା ଗ୍ରାହକଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚେତାବନୀ ଦେଇଛି ।

ଏହି ପ୍ରକାର କଲ୍ ବା ମେସେଜ ପ୍ରତି ସାବଧାନ୍ :-

– କୌଣସି ଫୋନ୍ ନମ୍ବର କିମ୍ବା ବ୍ୟାଙ୍କର ଅଫିସିଆଲ୍ ଆଇଡିରୁ ଆସୁଥିବା ମେସେଜ ପ୍ରତି ସାବଧାନ ରୁହନ୍ତୁ ।

– ତୁରନ୍ତ ଆକ୍ସନ ନେବାକୁ କହୁଥିବା କଲ୍ ପ୍ରତି ସାବଧାନ୍ ରୁହନ୍ତୁ ।

– ବନାନ କିମ୍ବା ବ୍ୟାକରଣଗତ ତ୍ରୁଟି ଥିବରା କୌଣସି ମେସେଜଠାରୁ ଦୂରେଇ ରୁହନ୍ତୁ ।

– କୌଣସି କାରବାର କରିବା ପୂର୍ବରୁ ନିଶ୍ଚିତ ଭାବରେ ଆକାଉଣ୍ଟା ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.