fbpx

ନ୍ୟାୟ କେବେ ବି ପ୍ରତିଶୋଧ ହେବା ଉଚିତ ନୁହେଁ: ସିଜେଆଇ

ନୂଆଦିଲ୍ଲୀ,୭ା୧୨: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶରତ ଅରବିନ୍ଦ ବୋବଡ଼େ ଆଜି ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ନ୍ୟାୟ କେବେ ବି ପ୍ରତିଶୋଧ ହେବା ଉଚିତ ନୁହେଁ । ନ୍ୟାୟ ପ୍ରତିଶୋଧର ରୂପ ନେଲେ ନିଜର ବୈଶିଷ୍ଟ୍ୟ ହରାଇ ବସେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡ଼େ କହିଛନ୍ତି । ମୁଁ ବିଶ୍ୱାସ କରେ ଯଦି ନ୍ୟାୟ ପ୍ରତିଶୋଧରେ ରୂପାନ୍ତରିତ ହୁଏ,ତେବେ ନ୍ୟାୟ ତାର ପ୍ରକୃତ ଚରିତ୍ର ହରାଏ । ଆହୁରି ମଧ୍ୟ କହିଛନ୍ତି ମୁଁ ଭାବୁନି କାହାକୁ ତୁରନ୍ତ ନ୍ୟାୟ ଦେବା ସମ୍ଭବ । ଯୋଧପୁରର ଏକ କାର୍ଯ୍ୟକ୍ରମରେ ସେ ଏହିପରି ମନ୍ତବ୍ୟ ଦେଇଛନ୍ତି ।

Get real time updates directly on you device, subscribe now.