fbpx

ପାର୍ବଣ ପୂର୍ବରୁ ଆତଙ୍କବାଦ ଉପରେ ଯାଞ୍ଚ ଏଜେନ୍ସିର ଆଟାକ: ୧୭ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଆଜି ହଠାତ ଆତଙ୍କବାଦ ଉପରେ ଆଟାକ କରିଛି ବିଭିନ୍ନ ଯାଞ୍ଚ ଏଜେନ୍ସି । ଭାରତରେ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଆକ୍ସନ ମୋଡରେ ଆସିଛି ପ୍ରଶାସନ । ବିଭିନ୍ନ ଅଞ୍ଚଳରେ ଆତଙ୍କୀ ମାନଙ୍କର ଚକ୍ରାନ୍ତ ପଣ୍ଡ କରିଛନ୍ତି ଭାରତର ସୁରକ୍ଷାକର୍ମୀ । ୧୦ ଦିନ ଭିତରେ ପଞ୍ଜାବ ପୋଲିସ ୫ ଆତଙ୍କୀ ମଡ୍ୟୁଲ ବଷ୍ଟ କରିଥିବା ବେଳେ ୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାଯାଇଛି । ସେହିପରି ଉତ୍ତରପ୍ରଦେଶରେ ଏଟିଏସ ମଧ୍ୟ ୮ ଜଣ ଆତଙ୍କୀମାନଙ୍କୁ ଗିରଫ କରିଥିବା ବେଳେ ଉତ୍ତରାଖଣ୍ଡରେ ଆତଙ୍କବାଦୀ ସଂଗଠନ ସହ ଜଡିତ ୨ ଜଣ ଗିରଫ ହୋଇଛନ୍ତି ।

ତେବେ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରୀୟ ଯାଞ୍ଚ ଏଜନ୍ସି ଟେରର ଫଣ୍ଡିଙ୍ଗ ମାମଲାରେ ପୁଂଛ ଜିଲ୍ଲା ମେଣ୍ଢର ଏବଂ ଶୋପିୟାରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି । ପଞ୍ଜାବ ପୋଲିସ ବଷ୍ଟ କରିଥିବା ୫ ଆତଙ୍କୀ ମଡ୍ୟୁଲ ଭିତରୁ ପ୍ରଥମଟି ଅକ୍ଟୋବର ୨ ତାରିଖ ବିଦେଶରେ ଥିବା ଆତଙ୍କୀ ଅର୍ଶ ଢଲା ସହିତ ସମ୍ପର୍କ ରହିଥିଲା । ଏଥିରେ ଗିରଫ ୨ ଆତଙ୍କୀଙ୍କ ପାଖରୁ ଗୋଟିଏ ଏକେ-୪୭ ଏବଂ ୨ଟି ମାଗାଜିନ ଜବତ ହୋଇଛି । ଏହାବ୍ୟତୀତ ହରପ୍ରୀତ ସିଂହ ମୋଗା ପୋଲିସ, ଅମୃତସର ପୋଲିସ ମଧ୍ୟ ଏଥିରେ ସଫଳତା ହାସଲ କରିଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ମଧ୍ୟ ଅନେକ ପରିମାଣରେ ମାରଣାସ୍ତ୍ର, ରାଇଫଲ ଏବଂ ବୋମା ଜବତ ହୋଇଛି ।

ଏହାପରେ ତରନତାରନ ପୋଲିସ ମଧ୍ୟ ଜଣଙ୍କୁ ଗିରଫ କରିଛି । ଜସକରଣ ନାମକ ଏହି ଆତଙ୍କବାଦୀ ନିକଟରୁ ୧୭ ପିସ୍ତଲ ଏବଂ ଗୋଟିଏ ଏମପି-୪ ରାଇଫଲ ଜବତ ହୋଇଛି ପୋଲିସ । ପାକିସ୍ତାନରେ ରହି ହରବିନ୍ଦର ରିନ୍ଦା ଏସବୁ ଚକ୍ରାନ୍ତ କରୁଥିବା କୁହାଯାଉଛି । ତେବେ ଅଧିକାଂଶ ହତିଆର ଡ୍ରୋନ ସାହାଯ୍ୟରେ ପଠାଯାଉଥିବା ଅନୁମାନ ହୋଇଛି । କିନ୍ତୁ ଆକ୍ରମଣ ପୂର୍ବରୁ ପ୍ରସ୍ତୁତ ରହିଛି ପଞ୍ଜାବ ପୋଲିସ ।

Get real time updates directly on you device, subscribe now.