fbpx

ବୈଜ୍ଞାନିକଙ୍କ ବଡ଼ ସଫଳତା: ଏଣିକି ଚନ୍ଦ୍ର ପୃଷ୍ଠରେ ମଧ୍ୟ ହୋଇପାରିବ ଚାଷ କାର୍ଯ୍ୟ, ବଢ଼ିପାରିବ ବୃକ୍ଷଲତା

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗକୁ ଯାଇ ସାରିଲାଣି । ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ମଣିଷର ଜୀବନ ଧାରଣ ନେଇ ବିଶ୍ୱର ବୈଜ୍ଞାନିକମାନେ ସର୍ବଦା ପ୍ରୟାସରତ ରହିଛନ୍ତି । ମଙ୍ଗଳ ଓ ପୃଥିବୀର ଉପଗ୍ରହ ଚନ୍ଦ୍ର ଉପରେ ପୂର୍ବରୁ ଏନେଇ ଅନେକ ରିସର୍ଚ୍ଚ ମଧ୍ୟ କରାଯାଇଛି । ତେବେ ନିକଟରେ ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି ।

ରିପୋର୍ଟ ମୁତାବକ, ଏଣିକି ଚନ୍ଦ୍ରରେ ଚାଷ କାର୍ଯ୍ୟ କରିବା ସମ୍ଭବ ହେବ । ଏଥିପାଇଁ ଆମକୁ ୨୦୨୫ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଅର୍ଥାତ ଆଉ ତିନି ବର୍ଷ ପରେ ଚନ୍ଦ୍ର ପୃଷ୍ଠରେ ବୃକ୍ଷ ବଢ଼ିପାରିବ ବୋଲି ବୈଜ୍ଞାନିକମାନେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ଚନ୍ଦ୍ରରେ ଚାରା ରୋପଣ ନେଇ ଏକ କମ୍ପାନୀ ନିଜର ପରିଯୋଜନା ଆରମ୍ଭ କରି ଦେଇଛି ।

ଅଷ୍ଟ୍ରେଲିଆର ଏକ ଷ୍ଟାଟ୍ ଅପ୍ କମ୍ପାନୀ ଲୁନାରିୟା ବନ ୨୦୨୫ ମସିହା ପ୍ରାରମ୍ଭରେ ଚନ୍ଦ୍ର ପୃଷ୍ଠରେ ଚାରା ରୋପଣ କରିବ ବୋଲି ଘୋଷଣା କରିଛି । ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭରସିଟିର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ କମ୍ପାନୀର ବିଜ୍ଞାନ ପରାମର୍ଶଦାତାଙ୍କ ମତରେ, ଏହି ମିଶନରେ ବୃକ୍ଷର ଅଙ୍କୁରଣ ସମ୍ବନ୍ଧିତ ଜ୍ଞାନର ଉପଯୋଗ କରାଯିବ । ଚନ୍ଦ୍ରରେ ଜୀବିତ ରହିପାରୁଥିବା ଏପରି ବୃକ୍ଷକୁ ଚିହ୍ନିତ କରାଯିବ । ବୃକ୍ଷଗୁଡ଼ିକ କେତେ ଶୀଘ୍ର ଅଙ୍କୁରିତ ହୋଇପାରୁଛନ୍ତି ଏହି ଆଧାରରେ ବୃକ୍ଷଗୁଡ଼ିକ ବଛାଯିବ । ଏହି ରିସର୍ଚ୍ଚ ସ୍ଥାୟୀ ଖାଦ୍ୟ ଉତ୍ପାଦନ ପାଇଁ ଏକ ନୂଆ ତରିକାର ଉନ୍ମୋଚନ କରିବା ବୋଲି ରିସର୍ଚ୍ଚ ଟିମ୍ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଆପୋଲୋ ମିଶନ ୧୧, ୧୨ ଓ ୧୭ ସମୟରେ ଚନ୍ଦ୍ରରୁ ୧୨ ଗ୍ରାମ ମାଟି ଅଣାଯାଇଥିଲା । ସେ ଉପରେ ବୈଜ୍ଞାନିକମାନେ ୧୧ ବର୍ଷ ଧରି ରିସର୍ଚ୍ଚ କରିଥିଲେ । ମାତ୍ର ଏତେ କମ୍ ମାଟିରେ ଚାରା ସୃଷ୍ଟି କରିବା ସମ୍ଭବ ହୋଇ ନଥିଲା । ମାତ୍ର ଶେଷରେ ବୈଜ୍ଞାନିକମାନେ ସଫଳତା ପାଇଥିଲେ । ୬ ଦିନ ପରେ ପୃଥିବୀ ପୃଷ୍ଠରେ ଚନ୍ଦ୍ରରୁ ଅଣାଯାଇଥିବା ମାଟିରୁ ଚାରା ଉଠିଥିଲା ।

Get real time updates directly on you device, subscribe now.