ସତରେ କ’ଣ ‘କୋହିନୂର ହୀରା’ ଭାରତ ଫେରିବ: ଆସିଲା କେନ୍ଦ୍ର ସରକାରଙ୍କ ଜବାବ

ନୂଆଦିଲ୍ଲୀ: ଇଂରେଜ ସରକାର ଭାରତର ବହୁ ମୂଲ୍ୟବାନ କୋହିନୂର ହୀରାକୁ ବହୁ ବର୍ଷ ତଳେ ନେଇ ଯାଇଥିଲେ । ଏହା ମଧ୍ୟରେ ଅନେକ ବର୍ଷ ବିତି ଯାଇଥିଲେ ହେଁ କୋହିନୂର ଫେରିବା କେବଳ ଏକ କାହାଣୀ ହୋଇ ରହି ଯାଇଛି । ତେବେ କୋହିନୂର ଭାରତ ଫେରିବା ପ୍ରସଙ୍ଗ ନିକଟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । କୋହିନୂର କେବେ ସ୍ୱଦେଶ ଫେରିବା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଭାରତୀୟ ବୈଦେଶିକ ମନ୍ତ୍ରଣାଳ ପକ୍ଷରୁ ଦିଆଯାଇଛି ।

କୋହିନୂର ହୀରା ବ୍ରିଟିଶ ମହାରାଣୀଙ୍କ ମୁକୁଟର ଶୋଭା ବଢ଼ାଉଥିଲା । ତେବେ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହିନୂର ଫେରିବା ପ୍ରସଙ୍ଗ ପୁଣି ଥରେ ତାଜା ହୋଇଯାଇଥିଲା । କୋହିନୂର ଭାରତ ଫେରିବା ପ୍ରସଙ୍ଗକରେ ଉଠୁଥିବା ବିଭିନ୍ନ ପ୍ରଶ୍ନକୁ ନେଇ ଭାରତ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ବିଶ୍ୱର ସବୁଠାରୁ ବଡ଼ ତଥା ମୂଲ୍ୟବାନ କୋହିନୂର ହୀରାକୁ ଭାରତ ଫେରାଇ ଆଣିବା ନେଇ ସମସ୍ତ ପ୍ରୋସେସ ଅନୁସରଣ କରାଯାଉଛି । ଏହା ଆଗକୁ ଜାରି ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି ପିଟିଆଇ ରିପୋର୍ଟ ମୁତାବକ, ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା କିଛି ବର୍ଷ ପୂର୍ବରୁ ଏହି ପ୍ରସଙ୍ଗରେ ସରକାରଙ୍କ ପ୍ରତିକ୍ରିୟା ଚାହିଁଥିଲେ । କେନ୍ଦ୍ର ସରକାର କିଛି ବର୍ଷ ପୂର୍ବେ ଏନେଇ ସଂସଦରେ ମତାମତ ରଖିଥିଲେ । ସମୟ ସମୟରେ ଏହି ପ୍ରସଙ୍ଗକୁ ନେଇ ୟୁକେ ସରକାରଙ୍କ ସହିତ ଆଲୋଚନା କରାଯିବ । ଏହାର ସନ୍ତୋଷଜନକ ସମାଧାନର ପନ୍ଥା ବାହାର କରିବା ନେଇ ପ୍ରୟାସ ଜାରି ରହିବ ।

୧୦୮ କ୍ୟାରେଟ ବିଶିଷ୍ଟ କୋହିନୂର ହୀରାକୁ ୧୮୪୯ରେ ମହାରାଜା ଦଲୀପ ସିଂହ ମହାରାଣୀ ଭିକ୍ଟୋରିଆଙ୍କୁ ଦେଇଥିଲେ । ଏହାକୁ ମହାରାଣୀ ୧୯୩୭ରେ ନିଜର ମୁକୁଟରେ ଧାରଣ କରିଥିଲେ । ଅନ୍ୟପକ୍ଷରେ କୋହିନୂରକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ହେଉଛି । ୧୯୫୦ରେ ଭାରତ ପକ୍ଷରୁ ହୀରାକୁ ରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କରାଯାଇଥିବା ନେଇ କୁହାଯାଉଛି । ଭାରତ ବ୍ୟତୀତ ଗ୍ରୀସ, ଆଫ୍ରିକା ପରି କିଛି ଦେଶ ମଧ୍ୟ ନିଜ ନିଜର ମୂଲ୍ୟବାନ ଜିନିଷ ଫେରାଇବା ନେଇ ବ୍ରିଟିଶ ସରକାର ଆଗରେ ଦାବି କରୁଛନ୍ତି ।