fbpx

ଓଡ଼ିଶାର ଜେଲ ବିଭାଗରେ ୪୦୩ଟି ପଦବୀ ଖାଲି, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଓଡ଼ିଶା ଜେଲ ଏବଂ ସଂଶୋଧନ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଜେଲ ୱାର୍ଡେନ ନିଯୁକ୍ତି ପାଇଁ ୪୦୩ଟି ପଦବୀ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ।

ଅକ୍ଟୋବର ୧୪ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ନଭେମ୍ବର ୧୩ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ରହିଥିବା ବେଳେ ବୟସ ୨୧ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ କୋହଳ ନିୟମ ଅନୁଯାୟୀ ନିର୍ଦ୍ଧାରିତ କରାଯିବ ।

ଅନଲାଇନ ଆବେଦନ ଲିଙ୍କ: https://opbrecruitment.in/Index/institute_index/ins/PRISON

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-Odisha-Prison-Jail-Warder-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://prisons.odisha.gov.in/

Get real time updates directly on you device, subscribe now.