fbpx

ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି (ସ୍ନାତକୋତ୍ତର) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆଜିଠାରୁ ଆରମ୍ଭ ହେବ। ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କୁ କେଉଁଭଳି ଶିକ୍ଷା ପ୍ରଦାନ କରାଯିବ, ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ତାହାର ରୂପରେଖ ପ୍ରସ୍ତୁତ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ନାମ ଲେଖାଇଛନ୍ତି, ସେମାନଙ୍କ ଲାଗି ମଧ୍ୟ ସୁବିଧା ଉପଲବ୍ଧ କରାଯିବ। ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହ‌ରେ ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନ‌ସିଲ୍‌ ଅଧ୍ୟକ୍ଷ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା।

ଅପରପକ୍ଷେ ବିଭିନ୍ନ ଡିଗ୍ରି କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକ(+୩) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୧୯ ତାରିଖ ଯାଏଁ ଆବେଦନ ଚାଲିବ। ୨୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୮ରୁ ୩୧ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ୨୮ରୁ ୧ ତାରିଖ ଯାଏଁ ସ୍ଲାଇଡଅପ୍‍ ପାଇଁ ପିଲାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ନଭେମ୍ବର ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୯ରୁ ୧୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ନାମ ଲେଖା ସମୟରେ ଫି ଦାଖଲ କରା ନ ଯାଇ ବିଭାଗ ପକ୍ଷରୁ ଫି ଦାଖଲ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯିବ।

Get real time updates directly on you device, subscribe now.