fbpx

ପାଇକ ସ୍ମାରକୀର ଶିଳାନ୍ୟାସ

ଖୋର୍ଦ୍ଧା,୮ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସେଠାରେ ପଟ୍ଟଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ସେହୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିଛନ୍ତି ।
ସେଠାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତାଙ୍କ ଉଦବୋଧନରେ କହିଛନ୍ତି ପାଇକ ବିଦ୍ରୋହ ସ୍ୱାଧୀନତା ପାଇଁ ଓଡ଼ିଶାର ଗଣସଂଗ୍ରାମ ଥିଲା । ପାଇକ ବିଦ୍ରୋହ ସମଗ୍ର ଭାରତ ବର୍ଷର ଗର୍ବିତ ଇତିହାସ ।

Get real time updates directly on you device, subscribe now.