ଭୋଡକାକୁ କରୋନା ଭାଇରସର ଔଷଧ ବୋଲି କହିଥିବା ବେଲାଋସର ରାଷ୍ଟ୍ରପତି ଆଉ ଏକ ଅଦ୍ଭୁଦ ଦାବି କରିଛନ୍ତି । ଆଲେକ୍ସଜାଣ୍ଡାର ଲୁକାଶେଙ୍କୋ କହିଛନ୍ତି ଯେ ତାଙ୍କ ଦେଶରେ କରୋନାରେ କେହି ମରିନଥିବା ବେଳେ ଆଗକୁ ମଧ୍ୟ କାହାର ମୃତ୍ୟୁ ହେବନାହିଁ । କିନ୍ତୁ ଅଧିକାରୀଙ୍କ କହିବା ମୁତାବକ, ବେଲାଋସରେ କରୋନା ମୃତ୍ୟୁ ଦୁଇ ଡଜନରୁ ଅଧିକ ।
କେବଳ ଏତିକି ନୁହେଁ, ଆଲେକ୍ସଜାଣ୍ଡାର କହିଛନ୍ତି ଯେ, ଭୋଡକା ପିଇବା, ଟ୍ରାକ୍ଟର ଚଳାଇବା, ଛେଳି ସହ ଖେଳିବା ଦ୍ୱାରା ଏହି ରୋଗ ଭଲ ହୋଇଥାଏ । ତେବେ ବ୍ରିଟିଶ ଗଣମାଧ୍ୟମରେ ଆଲେକ୍ସଜାଣ୍ଡାରଙ୍କୁ ଏକଛତ୍ରବାଦୀ କୁହାଯାଏ । ଆଲେକ୍ସଜାଣ୍ଡାରଙ୍କ ନାଁରେ ଅଭିଯୋଗ ହୋଇଛି ଯେ, ସେ ଡାକ୍ତର ଓ ମାନବାଧିକାର କର୍ମୀଙ୍କ ଚେତାବନୀକୁ ଅଣଦେଖା କରୁଛନ୍ତି ଓ ଭାଇରସକୁ ଗମ୍ଭୀରତା ସହ ନେଉନାହାନ୍ତି । ଫଳରେ ଏଥିରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇପାରେ ।