fbpx

୧୦ ହଜାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦଶମ ପାସ କରି ଏକାଦଶ ପଢ଼ୁଥିବା ୫ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ସ୍କଲାରସିପ୍ । ଛାତ୍ରଛାତ୍ରୀମାନେ ଅକ୍ଟୋବର ମାସ ୨୧ ତାରଖରୁ ଡିସେମ୍ବର ମାସ ୧୫ ତାରିଖ ମଧ୍ୟରେ ଏହି ସ୍କଲାରସିପରେ ଆବେଦନ କରିପାରିବେ ।

ଏହି ସ୍କଲାରସିପ ସିବିଏସଇ, ଆଇସିଏସଇ ଅନୁବନ୍ଧିତ ବିଦ୍ୟାଳୟ, ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଇପାରିବେ । ଏନେଇ ସମସ୍ତ ସ୍କୁଲଗୁଡ଼ିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅବଗତ କରାଯାଇଛି । ମୋଟ ୧୦ ହଜାର ପିଲାଙ୍କୁ ଏହି ମେଧାବୃତ୍ତି କରାଯିବ । ଏଥିପାଇଁ ୫ ହଜାର ଛାତ୍ର ଓ ୫ ହଜାର ଛାତ୍ରୀଙ୍କୁ ମନୋନୀତ କରାଯିବ ।

ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବେ, ସେମାନେ ଏହି ମେଧାବୃତ୍ତି ପାଇପାରିବେ । ଏଥିପାଇଁ ଛାତ୍ରଛାତ୍ରୀମାନେ ୱେବସାଇଟ୍ scholarship.odisha.gov.inକୁ ଯାଇ ଲଗ୍ ଇନ୍ କରି ଆବେଦନ କରିପାରିବେ । ଅନେକ ସମୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ଏହି ସ୍କଲାରସିପ୍ ପ୍ରଦାନ ଦ୍ୱାରା ପିଲାମାନଙ୍କର ଶିକ୍ଷା ଦିଗରେ ନୂଆ ପ୍ରେରଣା ସୃଷ୍ଟି ହେବ ।

Get real time updates directly on you device, subscribe now.