fbpx

ପୋଲିସ ହାତରେ ଲାଗିଲା ଜଗବନ୍ଧୁଙ୍କ ଡାଏରୀ: ପ୍ରତିକ୍ରିୟାରେ ଏପରି କହିଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ନେଇ ଏବେ ଓଡ଼ିଶାସାରା ଚର୍ଚ୍ଚା । ଜଗବନ୍ଧୁଙ୍କୁ ଗିରଫ ମାମଲାରେ ଡିସିପି ପ୍ରତୀକ ସିଂ ଦେଇଛନ୍ତି ବଡ଼ ସୂଚନା । ପୋଲିସ ହାତରେ ଲାଗିଛି ଜଗବନ୍ଧୁଙ୍କ ଡାଏରୀ । ଏନେଇ ଖୋଦ୍ ଡିସିପି ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି ଯେ, ‘ଗିରଫ ଜଗବନ୍ଧୁଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଛି । ୪ଟି ମୋବାଇଲ, ଗୋଟିଏ ଲାପଟପ୍ ଓ ଗୋଟିଏ ଡାଏରୀ ମିଳିଛି । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମିଳିଥିବା ବି ଡିସିପି କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଯାହାର ବି ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ । ୬ରେ ଅର୍ଚ୍ଚନା ଗିରଫ ପରେ ଆଜି ଜଗବନ୍ଧୁଙ୍କୁ ଗିରଫ କରାଯାଇଛି । ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିଲା । ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଅଭିଯୋଗ ଥିଲା । ଫଟୋ ଭାଇରାଲ କରିବା ନେଇ ବି ଅଭିଯୋଗ ରହିଥିଲା । ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଛି । ଘଟଣାରେ ଯାହାର ବି ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ । ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ ହୋଇଛି ।’

ଅନ୍ୟପଟେ ଅଚ୍ଚର୍ନ-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି । ଉଭୟଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ତଥ୍ୟ ଆରବିଆଇକୁ ମାଗିଥିଲୁ । କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ, ସେନେଇ ତଦନ୍ତ ଚାଲିଛି । ତଦନ୍ତ କାଳରେ ଏସବୁ ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି ।

Get real time updates directly on you device, subscribe now.