fbpx

ଜମି ଫେରାଇବେ ରାଜ୍ୟ ସରକାର: ୨୦ ବର୍ଷ ତଳେ ଟାଟାଷ୍ଟିଲ ନେଇଥିଲା ଜମି

ଭୁବନେଶ୍ୱର: ବୃହତ ଇସ୍ପାତ ପ୍ରକଳ୍ପ ନିମନ୍ତେ IDCO ଦ୍ଵାରା ଅଧିକୃତ ହୋଇଥିବା ଜମିକୁ ଫେରାଇଦେବେ ରାଜ୍ୟ ସରକାର। ଏନେଇ ଆଜି କ୍ୟାବିନେଟରେ ନିଷ୍ପତି ହୋଇଛି। ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଟାଟାଷ୍ଟିଲ ଲିମିଟେଡ, ଗୋପାଳପୁର ଦ୍ବାରା ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ନିମନ୍ତେ IDCO ଦ୍ଵାରା ଅଧିକୃତ ହୋଇ ଦୁଇ ଦଶନ୍ଧି ଧରି ବ୍ୟବହୃତ ନହୋଇ ପଡି ରହିଥିଲା।

ବର୍ତ୍ତମାନ ଏହି ଜମିକୁ ବୃହତ୍ତର ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ମୂଳଖାତା ରୟତ କିମ୍ବା ସେମାନଙ୍କ ଉକ୍ତରାଧିକାରୀମାନଙ୍କୁ ଜମି ଅଧିଗ୍ରହଣ, ପୁନର୍ବାସ ଏବଂ ପୁନଃବିସ୍ଥାପନ ଏବଂ ବିକାଶ ଯୋଜନା ନିୟମରେ ଫେରାଇଦେବାକୁ ଯାଉଛନ୍ତି। ୨୦୧୫ ର ନିୟମ-୨୦ ଅନୁଯାୟୀ ଫେରସ୍ତ କରିବା ପାଇଁ ନିଷ୍ପରି ଗ୍ରହଣ କରିଛନ୍ତି। ଜମିଗ୍ରହୀତା ମାନଙ୍କୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶି ସେମାନେ ଫେରସ୍ତ କରିବେ ନାହିଁ ବୋଲି ମଧ୍ୟ ନିଷ୍ପରି ଗ୍ରହଣ କରାଯାଇଅଛି।

ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜିର ନିଷ୍ପତି ଅନୁଯାୟୀ ଏଣିକି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ହେବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ। ଏହା ସହ ଜୁଡ଼ିସିଆଲ ଅଫିସରଙ୍କ ଦରମା ବଢ଼ିଯାଇଛି। ସେହିପରି ଏଣିକି ଭିଏଏସ ଚାକିରି ପାଇଁ କେବଳ ଲିଖିତ ପରୀକ୍ଷା ହେବ । କେବଳ ରିଟିନ୍ ପାସ୍ କଲେ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଚାକିରି ମିଳିବ । ଭିଏଏସ ଚାକିରି ସର୍ତ୍ତାବଳୀ ସଂଶୋଧନ ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।

ରାଜ୍ୟରେ ଯୁବବର୍ଗଙ୍କ ପାଇଁ ଆଉ ୧୨୫ ଓଏଏସ ପଦବୀ ସୃଷ୍ଟି ନେଇ କ୍ୟାବିନେ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟଭାର ବଢ଼ୁଥିବାରୁ ୧୨୫ ନୂଆ ପଦବୀ ସୃଷ୍ଟି ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରତି ଜିଲ୍ଲାପାଳ ଅଫିସରେ ଆଉ ୨ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି ହେବ । ପ୍ରତି ଉପଜିଲ୍ଲାପାଳ ଅଫିସରେ ଗୋଟିଏ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି ହେବ । ନୂଆ ୧୨୫ ସୃଷ୍ଟି ପରେ ରାଜ୍ୟରେ ଓଏଏସ ପଦବୀ ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇବ ।

ଏହା ସହ ୨ୟ ନ୍ୟାସନାଲ ଜୁଡ଼ିସିଆଲ ପେ କମିଶନ ସୁପାରିସକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା ଜଜ୍ ଓ ନିମ୍ନ ନ୍ୟାୟିକ ଅଧିକାରୀ ଏଥିଯୋଗୁଁ ଉପକୃତ ହେବେ । ପିଛିଲା ଭାବେ ୨୦୧୬ରୁ ଲାଗୁ ହେବ, ଯେଉଁଥିପାଇଁ ବାର୍ଷିକ ୯୩ କୋଟି ଟଙ୍କା ଅତିରିକ୍ତ ଟଙ୍କା ଖର୍ଚ୍ଚ ହେବ ।

 

 

Get real time updates directly on you device, subscribe now.