fbpx
BSKY SKY
BSKY SKY

ଆଉ କିଛି ଘଣ୍ଟା ପରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା, ବର୍ଷା ଭାଙ୍ଗିନଦେଉ ଦର୍ଶକଙ୍କ ହୃଦୟ

BSKY

ମେଲବୋର୍ଣ୍ଣ: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ମୁହାଁମୁହିଁ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ବହୁପ୍ରତୀକ୍ଷିତ ଏହି ମୁକାବିଲା ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। ମୁକାବିଲା ଉପରେ ରହିଛି ପୂରା ବିଶ୍ଵର କ୍ରିକେଟ୍ ପ୍ରେମୀଙ୍କ ନଜର। ତେବେ ମ୍ୟାଚ୍ ରେ ବାଧକ ସାଜିପାରେ। କାରଣ ଆଜି ମେଲବୋର୍ଣ୍ଣରେ ଦିନ ସାରା ପାଗ ମେଘୁଆ ରହିପାରେ। ଗତ କିଛି ଦିନ ହେବ ମେଲବୋର୍ଣ୍ଣରେ ପ୍ରବଳ ବର୍ଷା ହୋଇଛି। ପ୍ରଶଂସକଙ୍କ ପାଇଁ ଆଶ୍ଵିସ୍ତକର ବିଷୟ ଯେ, ଶନିବାର ପାଗରେ ବହୁତ ସୁଧାର ଆସିଛି।

ଆକ୍ଵ୍ୟଓ୍ଵେଦର ଅନୁଯାୟୀ, ମେଲବୋର୍ଣ୍ଣ ଆକାଶରେ ଆଜି ପୂରା ଦିନ ବାଦଲ ଛାଇ ରହିବ। ୪୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇ ଦିନ ତଳେ ପୂର୍ବାନୁମାନ ହୋଇଥିଲା ଯେ, ଅକ୍ଟୋବର ୨୩ ତାରିଖରେ ମେଲବୋର୍ଣ୍ଣରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ବଡ ଖବର ଶନିବାର ମେଲବୋର୍ଣ୍ଣରେ ବର୍ଷା ହୋଇ ନାହିଁ। ତେଣୁ ଆଶା କରାଯାଉଛି ଆଜି କ୍ରିକେଟ୍ ପ୍ରେମୀ ଙ୍କୁ ପୁରା ମ୍ୟାଚ୍ର ର ମଜା ଉଠାଇ ପାରିବେ।

ଆଜି ସକାଳୁ ଏ ପର୍ଯ୍ୟନ୍ତ ମେଲବୋର୍ଣ୍ଣରେ ବର୍ଷା ହୋଇ ନାହିଁ। ତେଣୁ ଆଜି ମ୍ୟାଚ୍ ଖେଳାଯିବାର ପୂରା ସମ୍ଭାବନା ରହିଛି। ଆକାଶରେ ବାଦଲ ଛାଇ ରହିବାରୁ ପାଣିପାଗ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ରହିପାରେ। ମ୍ୟାଚ୍ ଆରମ୍ଭ ହେବାକୁ ଆଉ ପ୍ରାୟ ଚାରି ଘଣ୍ଟାରୁ କମ ସମୟ ବାକି ରହିଛି। ତେଣୁ ପାଣିପାଗରେ କିଛିଟା ସୁଧାର ଆଶା କରାଯାଇପାରେ। ତେବେ ମେଲବୋର୍ଣ୍ଣରେ ଅପରାହ୍ନ ଏବଂ ସନ୍ଧ୍ୟାରେ ରହି ରହି ବର୍ଷା ହୋଇପାରେ।

ବର୍ଷାକୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଯଦି ବି ବର୍ଷା ହୁଏ ଛୋଟ ମ୍ୟାଚ୍ ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଆଶା କରିବୁ ୪୦ ଓଭରର ଖେଳ ହେଉ। କୌଣସି ସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି ରୋହିତ ଶର୍ମା କହିଛନ୍ତି। ଆମେ ଶତପ୍ରତିଶତ ଦେବାକୁ ଚେଷ୍ଟା କରିବୁ ବୋଲି ପାକିସ୍ତାନ ଅଧିନାୟକ ବାବର ଆଜମ କହିଛନ୍ତି। ଭାରତ ଗତ ବିଶ୍ଵ କପ୍ର ପରାଜୟର ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ। ଯଦି ମ୍ୟାଚ୍ ହୁଏ ତେବେ ଦର୍ଶକଙ୍କୁ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।

Get real time updates directly on you device, subscribe now.