fbpx

ପାକିସ୍ତାନ ଉପରେ ଦମଦାର ବିଜୟ ପରେ ମୁହଁ ଖୋଲିଲେ ବିରାଟ: ଏହି ଖେଳାଳିଙ୍କ ବାହଦୂରୀକୁ କଲେ ସଲାମ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । କିଙ୍ଗ କୋହଲିଙ୍କ ଧମାକାଦାର ପାଳି(୮୨ ନଟଆଉଟ) ବଳରେ ପାକିସ୍ତାନକୁ ମାତ ଦେଇଛି ଭାରତ । ଦୀର୍ଘ ଦିନରୁ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ବିରାଟ ପୁଣିଥରେ ନିଜ ଲୟକୁ ଫେରିଛନ୍ତି । କିନ୍ତୁ ଏହି ଐତିହାସିକ ବିଜୟ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି କୋହଲି । ତେବେ ନିଜର ଧୂଆଁଧାର ପାଳି ପରେ ବି ଏହି ବିଜୟର ଶ୍ରେୟ ସେ ଅନ୍ୟ ଜଣେ ଖେଳାଳିଙ୍କୁ ଦେଇଛନ୍ତି । ମ୍ୟାଚ ବିଜୟକୁ ନେଇ ଅଶ୍ୱୀନଙ୍କୁ ଖୁବ ପ୍ରଶଂସା କରିଛନ୍ତି ବିରାଟ ।

ଭାରତ-ପାକିସ୍ତାନ ମ୍ୟାଚର ଏହି ଡ୍ରାମା ଶେଷ ବଲ ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଶେଷରେ ୪ ୱିକେଟରେ ପାକିସ୍ତାନକୁ ମାତ ଦେଇଛି ମେନ ଇନ ବ୍ଲୁ । ଏହି ମ୍ୟାଚରେ ୫୭ ବଲ ଖେଳି ୮୨ ରନର ଜବରଦସ୍ତ ପାଳି ଖେଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି । କିନ୍ତୁ ଶେଷ ବଲରେ ଅଶ୍ୱୀନ ଏକ ସୁନ୍ଦର ଚୌକା ମାରି ୱିନିଙ୍ଗ ଶଟ ଖେଳିଥିଲେ । ଯାହାକୁ ଖୁବ ପ୍ରଶଂସା କରିଛନ୍ତି ବିରାଟ । ଏହି ଶଟକୁ ଅଶ୍ୱୀନଙ୍କ ବାହାଦୂରୀ ବୋଲି ଆଖ୍ୟା ଦେଇଛନ୍ତି କୋହଲି । କାର୍ତ୍ତିକଙ୍କ ୱିକେଟ ପରେ ଅଶ୍ୱୀନଙ୍କୁ କଭର ଉପରେ ଶଟ ଖେଳିବା ପାଇଁ ସେ କହିଥିଲେ । କିନ୍ତୁ ଅଶ୍ୱୀନ ନିଜ ବୁଦ୍ଧି ଖଟାଇ ଏଖ ବାହାଦୂରୀର କାମ କରିଛନ୍ତି । ଲାଇନରୁ ହଟଯାଇ ସେ ଏହାକୁ ୱାଇଡ କରି ଦେଇଥିଲେ । ଏହାପରେ ବଲକୁ ଗ୍ୟାପରେ ଖେଳି ଚୌକା ସହ ଭାରତକୁ ବିଜୟ ଭେଟି ଦେଇଛନ୍ତି ଅଶ୍ୱୀନ ।

ଶେଷ ସମୟରେ ଦିନେଶ କାର୍ତ୍ତିକଙ୍କ ୱିକେଟ ପରେ ମଇଦାନକୁ ଆସିଥିଲେ ରବିଚନ୍ଦ୍ରନ ଅଶ୍ୱୀନ । ଭାରତ-ପାକିସ୍ତାନ ମ୍ୟାଚରେ ଅଧିକାଂଶ ଖେଳାଳିଙ୍କ ଉପରେ ଚାପ ରହିବା ସ୍ୱଭାବିକ । କିନ୍ତୁ ଅଶ୍ୱୀନଙ୍କ ମୁହଁରେ ସେ ଚାପ ଆଦୌ ଦେଖାଯାଉନଥିଲା ବୋଲି କହିଛନ୍ତି ବିରାଟ । ଯାହାର ପ୍ରଭାବ ତାଙ୍କ ଶଟରେ ଏକଦମ ଦେଖାଯାଉଥିଲା । ମହମ୍ମଦ ନୱାଜଙ୍କ ଶେଷ ଷ୍ଟମ୍ପର ବଲକୁ ବ୍ୟାକଫୁଟରେ ଏକ ଚୌକା ମାରି ପାକିସ୍ତାନକୁ ପରାଜୟର ସ୍ୱାଦ ଚଖାଇଛନ୍ତି ରବି ଅଶ୍ୱୀନ ।

 

View this post on Instagram

 

A post shared by Star Sports India (@starsportsindia)

Get real time updates directly on you device, subscribe now.