fbpx

OAS, ORS ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି: ସଦାକର କୁମ୍ଭକରଙ୍କୁ ପଦ୍ମପୁର ଆସିଷ୍ଟାଣ୍ଟ କଲେକ୍ଟର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଓଏଏସ-ଏ (ଜେବି), ଓଆରଏସ ଓ ଗ୍ରୁପ-ବି ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ବାବଦରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ପାଇକମାଳ ତହସିଲଦାର ପରିକ୍ଷୀତ ସାହୁଙ୍କୁ ଆମ୍ବଭୋନା ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଝରବନ୍ଧ ତହସିଲଦାର ସୀମା ସବିତା କୁଲ୍ଲୁଙ୍କୁ ବରପାଲି ତହସିଲଦାର, ବରପାଲି ତହସିଲଦାର ଅକ୍ଷୟ କୁମାର ବାଘଙ୍କୁ ପାଇକମାଳ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି ।

ଆମ୍ବଭୋନା ତହସିଲଦାର ସିତାରାମ ଭୋଇଙ୍କୁ ଝରବନ୍ଧ ତହସିଲଦାର, ପଦ୍ମପୁର ସବକଲେକ୍ଟର ଦିପ୍ତିମୟୀ ଭୁଇଙ୍କୁ ବରଗଡ଼ ଆସିଷ୍ଟାଣ୍ଟ କଲେକ୍ଟର, ବରଗଡ଼ ଆସିଷ୍ଟାଣ୍ଟ କଲେକ୍ଟର ସଦାକର କୁମ୍ଭକରଙ୍କୁ ପଦ୍ମପୁର ଆସିଷ୍ଟାଷ୍ଟ କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କୁ ବରଗଡ଼ ଅତିରିକ୍ତ ତହସିଲଦାର, ବରଗଡ଼ ଅତିରିକ୍ତ ତହସିଲଦାର ରାମକ୍ରିଷ୍ଣ ମିଶ୍ରଙ୍କୁ ପଦ୍ମପୁର ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.