fbpx

ଫ୍ଲାଇଟ୍ ଟିକେଟ୍ କ୍ୟାନସେଲ୍ ,ହେଲେ ମିଳିବନି ଟଙ୍କା ଫେରସ୍ତ ।

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଲକ୍ ଡାଉନ୍ ବୃଦ୍ଧି ପାଇବା ପରେ ବିମାନ କମ୍ପାନୀଗୁଡିକ ଟିକେଟ୍ ଟଙ୍କା ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଛି । ଏହା ବଦଳରେ ଏହା ଗ୍ରାହକଙ୍କୁ ଏକ ନୂତନ ତାରିଖରେ ଯାତ୍ରା କରିବାର ସୁବିଧା ଦେବ । ସର୍ବସାଧାରଣ ବନ୍ଦ ଯୋଗୁଁ ଦେଶରେ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ବୁକ୍ ହୋଇଥିବା ଟିକେଟ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ, ବିମାନ କମ୍ପାନୀ ଗ୍ରାହକମାନଙ୍କୁ ପରିବର୍ତ୍ତିତ ତାରିଖରେ ଟିକେଟ ବୁକ୍ କରିବାକୁ ଅନୁମତି ଦେଇଥିଲା । ତେବେ ଏୟାର ଇଣ୍ଡିଆ ବ୍ୟତୀତ ଅଧିକାଂଶ ବିମାନ କମ୍ପାନୀ ଏପ୍ରିଲ ୧୪ ପରେ ଘରୋଇ ବିମାନ ବୁକ୍ ଜାରି ରଖିଥିଲେ ।ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଧ୍ୟ ବିଜ୍ଞପ୍ତି ଜାରି କରିଛି ଯେ, ସମସ୍ତ ଅନ୍ତର୍ଜାତୀୟ ତଥା ଘରୋଇ ବିମାନ ମେ ୩ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ଦେଶର ସମସ୍ତ ପ୍ରକାର ବିମାନ ମେ ୩ ପର୍ୟ୍ୟନ୍ତ ବନ୍ଦ ରହିବ । ଭିଷ୍ଟାରା ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, ଲକ୍ ଡାଉନ୍ ଅବଧି ଦ୍ୱାରା ପ୍ରଭାବିତ ଟିକେଟ୍ ବୁକିଂ ବାତିଲ କରିବା ପ୍ରକ୍ରିୟାରେ ଅଛି । ଆମେ କୌଣସି ଅତିରିକ୍ତ ଦେୟରେ ଡିସେମ୍ବର ୩୧, ୨୦୨୦ ପର୍ୟ୍ୟନ୍ତ ଗ୍ରାହକଙ୍କୁ ନୂତନ ତାରିଖରେ ଟିକେଟ୍ ବୁକ୍ କରିବାକୁ ଅନୁମତି ଦେବୁ । ‘

Get real time updates directly on you device, subscribe now.