ବିଜେଡି ବିଜୟ ପାଇଁ ଡାକରା ଦେବେ ନବୀନ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ଏବେ ରାଜ୍ୟରେ ଟିକିଏ ହାଲୁକା ଶୀତ ଅନୁଭବ ହେଉଥିବାବ ବେଳେ ରାଜ୍ୟ ରାଜନୀତ କିନ୍ତୁ ଏବେ ସରଗରମ । ରାଜ୍ୟରେ ଏବେ ବହୁଛି ଧାମନଗର ଉପନିର୍ବାଚନୀ ହୱା । ଉପ ନିର୍ବାଚନ ହାତେଇବା ପାଇଁ ଏବେ ସବୁ ଦଳ ତାଙ୍କର ସମସ୍ତ ରଣନୀତିକୁ ମୈଦାନକରେ ପ୍ରୟୋଗ କରୁଛନ୍ତି । କିପରି ନିଜ ଭୋଟବାକ୍ସରେ ଅଧିକରୁ ଅଧିକ ଭୋଟ ଗ୍ରହଣ କରିପାରିବେ ସେଲାଗି ପଞ୍ଚାୟତକୁ ପଞ୍ଚାୟତ ଆଉ ବ୍ଲକ କୁ ବ୍ଲକ ବୁଲୁଛନ୍ତି । ଘର ଘର ବୁଲିବା ସହିତ ଗାଁ ଗାଁରେ ପ୍ରଚାର ଗାଡି ପୂରା ରାଜନୈତିକ ମାହୋଲକୁ ସକ୍ରିୟ ରଖିଛି । ସାରା ରାଜ୍ୟର ନଜର କେବଳ ଧାମନଗର ମାଟି ଉପରେ ।

ନିର୍ବାଚନ ପ୍ରଚାର ପାଇଁ ବିଜେଡି, ବିଜେପି, କଂଗ୍ରେସ ତାର ହେବିୱେଟ ନେତା ମାନଙ୍କ ଧାମନଗର ମାଟିକୁ ପଠାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାର କରୁଛନ୍ତି । ବାସ୍ତବରେ ବର୍ତ୍ତମାନ ସୁଦ୍ଧା ଧାମନଗର ରେ କାହାର ବିଜୟ ହେବ ତାହାର ସ୍ପଷ୍ଟ ଚିତ୍ର ପ୍ରକାଶ ହୋଇପାରୁ ନାହିଁ । କାରଣ ଚଳିତ ବର୍ଷ ଟକ୍କର ଖୁବ ଜୋରଦାର ହେବ ବୋଲି ସୂଚନା ମିଳିଛି । ଏଠାରେ ଯେଉଁ ପ୍ରାର୍ଥୀ ମାନେ ରହିଛନ୍ତି ସେମାନେ ବହୁ ଅଙ୍ଗାଗୀ ଭାବରେ ଧାମନଗରବାସୀଙ୍କ ସହିତ ଜଡିତ । ଆଉ ନେତା ଚିହ୍ନିବାରେ ଏଠାକାର ଲୋକ ବହୁତ ଅଭିଜ୍ଞ । କିଏ ମାଟି ପାଇଁ କାମ କରିବ କାହାକୁ ଭୋଟ ଦେଲେ ଏହି ବନ୍ୟା ବିପର୍ଯ୍ୟୟ ମାଟିର ଉନ୍ନତି ହେବ ତାହା ଏଠାକାର ଲୋକଙ୍କୁ ଜଣା । ଧାମନଗରବାସୀ ଙ୍କୁ ନୋଟରେ କିଣିବା ସହଜ ନୁହେଁ ବୋଲି ପ୍ରମୁଖ ଦଳ ଖୁବ ଭଲ ଭାବରେ ଜାଣିଛନ୍ତି ସେଥିପାଇଁ ତ ଭୋଟ ଭିକ୍ଷା ପାଇଁ ଘରକୁ ଘରବୁଲି ପ୍ରତିଶୃତି ବାଣ୍ଟୁଛନ୍ତି ।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ,ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ,କଂଗ୍ରେସ ପ୍ରାର୍ଥ ହରେକୃଷ୍ଣ ସେଠୀ କୁ ମାତ ଦେବା ପାଇଁ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମୈଦାନକୁ ଓହ୍ଲାଇଛନ୍ତି । ରାଜୁ ଦାସ ଙ୍କ ଦବଦବା ଏବେ ଧାମନଗରରେ ଖୁବ ଦେଖିବାକୁ ମିଳୁଛି । ଯିଏ ନିଜ ମାଟି ପାଇଁ ଦଳକୁ ଛାଡି ଦେଲା ଏବେ ଜନତା ତାଙ୍କ ଆଡକୁ ଢ଼ଳିବାକୁ ଲାଗିଲେଣି । ଲୋକଙ୍କ ଭରସା ରାଜୁ ସବୁ ବେଳେ ଧାମନଗରବାସୀଙ୍କ ପାଇଁ ନିଜର ସ୍ୱର ଶାଣିତ କରିବେ । ଯାହାକି ଏବେ ବିଜେଡି ଆଉ ବିଜେପି ପାଇଁ ଅଡୁଆ ହୋଇଛି । ବାପାଙ୍କ ମୃତ୍ୟୁ ପରେ ରାଜନୀତିକୁ ଓହ୍ଲାଇଥିବା ସୁରଜଙ୍କ ଉପରେ ମଧ୍ୟ ଧାମନଗରବାସୀଙ୍କ ଆସ୍ଥା ରହିଛି । ବାପା ଛାଡି ଯାଇଥିବା ଅଧା କାର୍ଯ୍ୟକୁ ପୁଅ ପୂରା କରିବ ବୋଲି ସଭିଏଁ ଆଶା ବାନ୍ଧି ରହିଛନ୍ତି ।

ତେବେ ଏହି ସବୁ ଦୃଷ୍ଟିକୁ ରଖି ବିଜେଡି ତାର ରଣନୀତିକୁ ଆହୁରି ମଜବୁତ କରିଛି । ସମସ୍ତ ବିଜେଡିକର୍ମୀ ଏବେ ଧାମନଗରରେ ଡେରା ପକେଇ ରହିଥିବା ବେଳେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ନବୀନ । ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଧାମନଗରବାସୀଙ୍କ ସହ କଥା ହେବେ ନବୀନ ।ଆଉ ଓଡିଶାବାସୀଙ୍କ ନବୀନ ଉପରେ ଭରପୁର ଆଶା ରହିଛି । ବିଜେଡି ଯେଉଁ କାର୍ଡ ଖେଳିବାକୁ ଚାହିୁଁଛି ଯଦି ସେଥିରେ ସକ୍ଷମ ହୁଏ ତେବେ ବିଜେଡି ବିଜୟକୁ ଅଟକାଇବା ମହା ମୁଶକିଲ୍ । ଦେଖିବା ବାକି ରହିଲା ଧାମନଗର ବାସୀ କାହା ପ୍ରତିଶୃତିରେ ନିଜର ନେତା ଚୟନ କରୁଛନ୍ତି ।