fbpx

(Video) ପୋଲିସ ଆଗରେ ଲୁଟ୍ ! ମାଗଣା ହେଲମେଟ୍ ପାଇଁ ରାସ୍ତାରେ ଲାଗିଲା ଭିଡ଼, ଯାହାକୁ ଯାହା ମିଳିଲା ଧରି ଦୌଡ଼ିଲେ

ନୂଆଦିଲ୍ଲୀ: ‘ମାଗଣା ମିଳିଲେ ଲୋକ ପିଚୁ ବି ଗିଳିଦେବେ’ କଥା ତ ଆପଣମାନେ ଶୁଣିଥିବେ, ଯାହାକି ଆମ ଦେଶରେ ଖୁବ୍ ପ୍ରଚଳିତ । ଏହାର ଅର୍ଥ ହେଉଛି, ମାଗଣା ଧନକୁ କେହି ବି ଛାଡ଼ନ୍ତି ନାହିଁ । ନିକଟରେ ଏପରି ଏକ ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଦେଖିବାକୁ ମିଳିଛି, ଯେଉଁଠାରେ ଲୋକଙ୍କୁ ସଚେତନ କରିବାକୁ ହୋଇଥିବା ଅଭିଯାନରେ ଏହି କଥା ସତ ପ୍ରମାଣିତ ହୋଇଛି ।

ତେବେ ସମଗ୍ର ଦେଶରେ ହେଲମେଟ୍ ନପିନ୍ଧିବା କାରଣରୁ ଦୁର୍ଘଟଣାରେ ଅଧିକ ମୃତ୍ୟୁ ହେଉଛି । ଏହାକୁ ଗୁରୁତର ସହ ନେଇ ରାଜ୍ୟରେ ହେଲମେଟ୍ ନପିନ୍ଧିବାରୁ ମୋଟା ଅଙ୍କର ଚାଲାଣ କାଟୁଛି ପୋଲିସ । ଏହା ପରେ ବି ଅଧିକାଂଶ ଲୋକ ବିନା ହେଲମେଟରେ ବାଇକ୍ ଚଳାଉଥିବା ନଜର ଆସୁଛନ୍ତି । ଏପରି ପରିସ୍ଥିତିରେ ଜବଲପୁରରେ ପୋଲିସ ସଚେତନତା ଅଭିଯାନ ଅଧିନରେ ହେଲମେଟ୍ ବାଣ୍ଟିବାର କାର୍ଯ୍ୟକ୍ରମ ରଖିଥିଲା ।

ଏହି ଅବସରରେ ଲୋକମାନେ ପାଗଳଙ୍କ ପରି ପୋଲିସଙ୍କ ଆଗରେ ହିଁ ତାଙ୍କଠାରୁ ହେଲମେଟ୍ ଛଡ଼ାଇ ଲୁଟ୍ କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ପ୍ଲାଟଫର୍ମରେ ଲଗାତାର ସେୟାର କରାଯାଉଛି । ଏହି ଭିଡିଓରେ ମାଗଣା ହେଲମେଟ ପାଇଁ ଲୋକଙ୍କ ପାଗଳାମି ଦେଖିବାକୁ ମିଳିଛି । ପୋଲିସ ଆଗରେ ହିଁ ଲୋକମାନେ ଲୁଟ୍ କରୁଛନ୍ତି । ଯାହା ହାତରେ ଯାହା ଆସୁଛି, ତାକୁ ଧରି ଦୌଡ଼ୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.