fbpx

ଖରାପ ପାଗ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖାଗଲା ଚନ୍ଦ୍ରଗ୍ରହଣ । ରାଜଧାନୀରେ ଦେଖାଗଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୁବନେଶ୍ୱର ସମେତ୍ ପୁରୀରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ପାଗ ଖରାପ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ । ପୂର୍ବରୁ ବାଦଲ ଏବଂ ଦିଗବଳୟ କାରଣରୁ ଚନ୍ଦ୍ରଗହଣ ଦେଖାଯାଇ ନଥିବା ବିଶେଷଜ୍ଞ କହିଥିଲେ ।

ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବାଜି ୧୧ ମିନିଟ୍ରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାର ଥିଲା । କିନ୍ତୁ ଦାବଲ ଏବଂ ବଳୟ ପାଇଁ ଏହା ଦୃଶ୍ୟମାନ ହୋଇନଥିଲା । ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣକୁ ଦେଖିବା ପାଇଁ ପଠାଣିସାମନ୍ତ ପ୍ଲାନେଣ୍ଟୋରିୟମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.