ନୂଆଦିଲ୍ଲୀ: ଆପଣ ମାନେ ପ୍ରତ୍ୟେକ ଦିନ କାହାକୁ ନା କାହାକୁ ନିଶ୍ଚିତ ଭାବରେ ଫୋନ୍ କଲ କରୁଥିବେ । ଏହି ଫୋନ୍ କଲରେ ଆସୁଥିବା ନମ୍ବର ପୂର୍ବରୁ +ଚିହ୍ନ ଥିବା ୨ ଟି ସଂଖ୍ୟା ପ୍ରଥମେ ଆସିଥାଏ । ତେବେ ଭାରତରେ ଯେତେବେଳେ ବି କାହାକୁ ଫୋନ୍ କଲ କରାଯାଏ,ଏହାର ପ୍ରଥମ ନମ୍ବର ‘+91’ ରୁ ହିଁ ଆରମ୍ଭ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଫୋନ୍ ନମ୍ବର ପୂର୍ବରୁ ଏହି ସଂଖ୍ୟା ଆସିବା ପଛରେ ଏକ କାରଣ ରହିଥାଏ । ଯାହାକୁ ଜାଣିବା ପାଇଁ ଅନେକ ଲୋକେ ଚେଷ୍ଟା କରିଥାନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କାହିଁକି ନମ୍ବର ପୂର୍ବରୁ ଆସିଥାଏ ଏହି ୨ଟି ସଂଖ୍ୟା ।
‘+91’ ସଂଖ୍ୟା ପଛର କାରଣ:
ପ୍ରକୃତରେ ନମ୍ବର ପୂର୍ବରୁ +୯୧ ସଂଖ୍ୟା ଆମ ଦେଶର କୋଡକୁ ସୂଚାଇଥାଏ । ଯାହାକି ପ୍ରତ୍ୟେକ ଦେଶରରେ ଅଲଗା ଅଲଗା ହୋଇଥାଏ । ତେବେ ଏହି ସଂକେତକୁ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନ୍ କୁହାଯାଏ । ଯାହା ଏକ ଏଜେନ୍ସି ଏବଂ ୟୁନାଇଟେଡ୍ ନେସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ତେବେ ନମ୍ବର ଆରମ୍ଭରେ ଦିଆଯାଇଥିବା ଏହି ସଂଖ୍ୟାକୁ ପ୍ରିଫିକ୍ସ କୋଡ୍ କୁହାଯଏ । ଯାହାକି ଭାରତରେ ବ୍ୟବହାର କରାଯାଏ ନାହିଁ । କିନ୍ତୁ ଆପଣ ଯଦି ଭାରତ ବାହାରେ କଲ୍ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏହି କୋଡ୍ ବ୍ୟବହାର କରିବାକୁ ପଡିବ । ବାସ୍ତବରେ, ଆନ୍ତର୍ଜାତୀୟ ସଂକେତକୁ ଦୃଷ୍ଟିରେ ରଖି ଏହି କୋଡ୍ ବ୍ୟବହୃତ ହୋଇଛି ଏବଂ ୧୯୩ ଟି ଦେଶ ଏହି କୋଡ୍ ବ୍ୟବହାର କରୁଛନ୍ତି । ଯାହା ପ୍ରତ୍ୟେକ ଦେଶ ପାଇଁ ଭିନ୍ନ ଭିନ୍ନ ହୋଇଥାଏ ।
ଆନ୍ତର୍ଜାତୀୟ ଜୋନ୍ ଏବଂ ଜୋନ୍ ରେ ଦିଆଯାଇଥିବା ସଂଖ୍ୟା ଆଧାରରେ ଏହି କୋଡ୍ ନିର୍ଦ୍ଧାରଣ କରାଯାଇଥାଏ । ଯେହେତୁ ଭାରତ ନବମ ଜୋନର ଅଂଶ ଅଟେ, ତେଣୁ ଏହି ଦୃଷ୍ଟିରୁ ଏଠାରେ ୯ ସଂଖ୍ୟାକୁ କୋଡ ଭାବରେ ବ୍ୟବହାର କରାଯାଏ । ସେହିପରି ଜୋନ୍ ରେ ଦିଆଯାଇଥିବା ସଂଖ୍ୟା ଆଧାରରେ ଭାରତକୁ ୧ କୋଡ୍ ମିଳିଛି, ଯେଉଁ କାରଣ ପାଇଁ ଭାରତର କୋଡ୍ ‘+91’ ହୋଇଛି । ଏତତ୍ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ତୁର୍କୀ ଏବଂ ଆଫଗାନିସ୍ତାନ ମଧ୍ୟ ସମାନ ଜୋନରେ ଅଛନ୍ତି । ଆର୍ଥାତ ନବମ ଜୋନରେ ଅଛନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ ଭାରତ ପ୍ରଥମ ସ୍ଥାନରେ ରହିଛି । ଯେଉଁଥିପାଇଁ ଭାରତର କୋଡ ‘+91’ ରହିଛି । ତେବେ ଏହିପରି ଭାବରେ ଅନ୍ୟ ଦେଶର କୋଡ ନମ୍ବର ମଧ୍ୟ ନିର୍ଣ୍ଣୟ କରାଯାଇଥାଏ ।