fbpx

ସୁନା ଚାନ୍ଦି ଦରରେ ଆସିଲା ପରିବର୍ତ୍ତନ, ବାଉନ ହଜାର ଉପରେ ସୁନା

ନୂଆଦିଲ୍ଲୀ: ଆଜି ସୁନା ଚାନ୍ଦି ଦରରେ ପରିବର୍ତ୍ତନ ଘଟିଛି । ଏନେଇ ମଲ୍ଟି ପ୍ରାଇସ ଏକ୍ସଚେଞ୍ଜରେ ଆଜି ସୁନାଦର ୧୦ଗ୍ରାମ ପିଛା ୫୨୦୦୦ ଟଙ୍କା ବାହାର କରାଯାଇଥିଲା । ପୁଣି ସେଥିରେ ଚାନ୍ଦି ଦର ୧୦୦ଗ୍ରାମ ପିଛା ୬୨୦୦୦ ରହିଛି । ଯଦି ଆମେ ଆନ୍ତର୍ଜାତୀୟ ସ୍ତରରେ ସୁନା ଦର ଦେଖିବା ତାହା ମଧ୍ୟ ବଢିବାରେ ଲାଗିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ୦.୧୯ପ୍ରତିଶତରେ ୫୨୨୧୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରହିଛି । ସେହିପରି ଚାନ୍ଦି ୦.୪୧ ପ୍ରତିଶତରେ ବଢିବା ସହିତ କିଲୋଗ୍ରାମ ପିଛା ୬୨ହଜାର ୧ଶହ ୬୬ ଟଙ୍କା ରହିଛି । ତେବେ ଆନ୍ତର୍ଜାତୀୟ କ୍ଷେତ୍ରରେ ୨.୭୧ପ୍ରତିଶତରେ ୧,୭୫୧.୯୧ ଡଲାର ରହିଥିବା ବେଳେ ଚାନ୍ଦିର ମୂଲ୍ୟ ୩ପ୍ରତିଶତରେ ୨୧.୬୫ ଡଲାର ରହିଛି ।

ସୁନା କିଣିବା ସମୟରେ ହଲମାର୍କ ଦେଖି ସୁନା କିଣନ୍ତୁ । ସୁନାର ଶୁଦ୍ଧତାକୁ ପରୀକ୍ଷା କରିବା ପାଇଁ ସରାକାରଙ୍କର ଏକ ଆପ ‘BIS Care app’ ଏହା ସାହାଯ୍ୟରେ ଆପଣ ସୁନାର ଶୁଦ୍ଧତା ଚେକ୍ କରିପାରିବେ । ସୁନା ଅସଲି କି ନକଲି ତାହା ଆପଣ ଦେଖିପାରିବେ ଏହି ଆପରେ । ଯଦି ଆପଣଙ୍କ ସୁନା ନକଲି ପଡ଼ିଥାଏ ତେବେ ଏହି ଆପ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ ।

ତେବେ ଆପଣ ନିଜ ଘରେ ବସି ସୁନା ଦର ଚେକ୍ କରିପାରିବେ । ଇଣ୍ଡିଆନ ବୁଲିୟନ ଏଣ୍ଡ ଜ୍ୱେଲର୍ସ ଆସୋସିଏସନ ମୁତାବକ ଆପଣ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସକଲ କରି ସୁନା ଦର ଚେକ କରିପାରିବେ । ଯେଉଁ ନମ୍ବରରେ ଆପଣ ମେସେଜ ପଠାଉଛନ୍ତି ସେହି ନମ୍ବରରେ ମିସକଲ ଦେଲେ ସେହି ନମ୍ବରକୁ ମେସେଜ ଆସିଯିବ ।

Get real time updates directly on you device, subscribe now.