fbpx

ଥରୁରଙ୍କୁ ଭୋଟ୍ ଦେଇଥିବା ଲୋକେ ବିଜେପିରେ ଯୋଗ ଦେବେ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର କିଛି ଆଗାମୀ ସମୟରେ ବିଜେପିରେ ସାମିଲ୍ ହେବେ। ଯେଉଁମାନେ ଶଶି ଥରୁରଙ୍କୁ ଭୋଟ୍ ଦେଇଥିଲେ, ସେମାନେ ବିଜେପିରେ ଯୋଗ ଦେବେ। ଏମିତି କହିଛନ୍ତି, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା।

ଏକ ପ୍ରଶ୍ନର ଉତ୍ତରରେ ଶର୍ମା କହିଛନ୍ତି, ଯେଉଁ ଲୋକଙ୍କୁ ଲାଗୁଛି ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ପାର୍ଟିର ଗଣତନ୍ତ୍ରର ପ୍ରତୀକ, ମୋତେ ଲାଗୁନି ସେମାନେ ଏମିତି କାହିଁକି ଚିନ୍ତା କରୁଛନ୍ତି। ଯଦି ଶଶି ଥରୁର ଜିତିଥାନ୍ତେ ତେବେ ଲାଗିଥାନ୍ତା କଂଗ୍ରେସରେ ଗଣତନ୍ତ୍ର ଫେରିଛି। ଶଶି ଥରୁରଙ୍କୁ ଭୋଟ୍ ଦେଇଥିବା ଲୋକଙ୍କୁ ଭଲ ବ୍ୟକ୍ତି ବୋଲି ବିଶ୍ଵ ଶର୍ମା କହିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶଶି ଥରୁରଙ୍କୁ ଭୋଟ୍ ଦେଇଥିବା କିଛି ଭଲ ଲୋକ କଂଗ୍ରେସରେ ଅଛନ୍ତି। ମୁଁ ଆଶା କରୁଛି ଏମାନେ ଆଗାମୀ ଦିନରେ ବିଜେପିରେ ଯୋଗ ଦେବେ। ପ୍ରାୟ ହଜାର ଲୋକ ଥରୁରଙ୍କୁ ଭୋଟ୍ ଦେଇଥିଲେ, ସେମାନେ ସମସ୍ତେ ବିଜେପିରେ ଯୋଗ ଦେବେ।

ତେବେ ଯେ ପର୍ଯ୍ୟନ୍ତ ବିଜେପି ତାମିଲନାଡୁ ଏବଂ କେରଳରେ ଜିତି ନାହିଁ, ସେ ପର୍ଯ୍ୟନ୍ତ ପାର୍ଟି ସଂପୂର୍ଣ୍ଣ ଭାବେ ସଫଳତା ପାଇନାହିଁ। ଆଶା କରୁଛି ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନିଜର ଲକ୍ଷ୍ୟରେ ପହଞ୍ଚି ପାରିବ। ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪ ପର୍ଯ୍ୟନ୍ତ ଆମେ ଆହୁରି ୨-୩ ରାଜ୍ୟରେ କ୍ଷମତାକୁ ଆସିବୁ। ପାର୍ଟିର ବିସ୍ତାର ଜାରି ରହିବ।

Get real time updates directly on you device, subscribe now.