fbpx

ଚାଷୀଙ୍କୁ ମୋଦୀଙ୍କ ବଡ଼ ଉପହାର: ଆକାଉଣ୍ଟକୁ ଆସିବ ୧୫ ଲକ୍ଷ ଟଙ୍କା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ତେବେ କେନ୍ଦ୍ରର ମୋଦୀ ସରକାର ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଓ ସେମାନଙ୍କ ଋଣ ପରିଶୋଧ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏହି କ୍ରମରେ ସରକାର ଚାଷୀଙ୍କୁ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବାକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବେ । ଆପଣ ଏହି ଯୋଜନାର କିପରି ଲାଭ ଉଠାଇପାରିବେ, ଆସନ୍ତୁ ଜାଣିବା…

ଚାଷୀଙ୍କ ଆର୍ଥିକ ସହାୟତା ପାଇଁ ସରକାର ‘ପିଏମ କିଷାନ ଏଫପିଓ’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଫାର୍ମର୍ସ ଉତ୍ପାଦକ ସଂଗଠନକୁ ୧୫ ଲକ୍ଷ ଟଙ୍କା ଦିଆଯିବ । ଏକ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ଦେଶର ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ଯୋଜନାର ଲାଭ ଉଠାଇବାକୁ ୧୧ ଜଣ କୃଷକଙ୍କୁ ଏକ ସଂଗଠନ କିମ୍ବା କମ୍ପାନୀ ଗଠନ କରିବାକୁ ପଡିବ । ଏହା ମଧ୍ୟ ଚାଷୀମାନଙ୍କ ପାଇଁ କୃଷି ସମ୍ବନ୍ଧୀତ ଉପକରଣ କିମ୍ବା ସାର, ମଞ୍ଜି ଓ ଔଷଧ କିଣିବା ସହଜ ହେବ ।

ଏପରି କରନ୍ତୁ ଆବେଦନ:-

-ସର୍ବପ୍ରଥମେ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
-ଏବେ ଆପଣଙ୍କ ସାମ୍ନାରେ ହୋମ୍ପେଜ୍ ଖୋଲିଯିବ ।
-ଏବେ ହୋମପେଜରେ ଏଫପିଓର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
-ଏବେ ଆପଣ ‘ରେଜିଷ୍ଟ୍ରେସନ୍’ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ଏବେ ଆପଣଙ୍କ ସାମ୍ନାରେ ‘ରେଜିଷ୍ଟ୍ରେସନ୍’ର ଫର୍ମ ଖୋଲିଯିବ ।
-ଏବେ ଫର୍ମରେ ମଗାଯାଇଥିବା ସୂଚନାକୁ ପୂରଣ କରନ୍ତୁ ।
– ଏହା ପରେ ଆପଣ ପାସବୁକ୍ କିମ୍ବା ପାସବୁକ୍ ବା ବାତିଲ ହୋଇଥିବା ଚେକ୍ ଏବଂ ଆଇଡି ପ୍ରୁଫକୁ ସ୍କାନ କରି ଅପଲୋଡ କରିପାରିବେ ।
-ଏବେ ଆପଣ ସବମିଟର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ଏହିପରି କରନ୍ତୁ ଲଗ୍ ଇନ୍ :-
-ଯଦି ଆପଣ ଲଗଇନ୍ କରିବାକୁ ଚାହୁଁଛନ୍ତି, ପ୍ରଥମେ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
– ଏବେ ଆପଣଙ୍କ ସାମ୍ନାରେ ହୋମ୍ ପେଜ୍ ଖୋଲିଯିବ ।
-ଏହା ପରେ ଆପଣ ଏଫପିଓ ର ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
-ବର୍ତ୍ତମାନ ଲଗଇନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
-ଏହା ପରେ ଲଗ୍ଇନ୍ ଫର୍ମ ଆପଣଙ୍କ ସାମ୍ନାରେ ଖୋଲିଯିବ ।
-ବର୍ତ୍ତମାନ ଏଥିରେ ୟୁଜରନେମ୍, ପାସୱାର୍ଡ ଏବଂ କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ ।
-ଏହା ସହିତ ଆପଣମାନେ ଲଗ୍ ଇନ୍ କରିପାରିବେ ।

Get real time updates directly on you device, subscribe now.