fbpx

ଭାରତକୁ ଭୁଲ ମାଗିଲେ ଏଲନ ମସ୍କ; ଦେଶରେ ଟ୍ୱିଟର ସେବାକୁ ନେଇ ଏପରି କହିଲେ ମସ୍କ…

ନୂଆଦିଲ୍ଲୀ: ଟ୍ୱିଟରର ମାଲିକ ଏଲନ୍ ମସ୍କ କମ୍ପାନୀର ଅଧିଗ୍ରହଣ ହାତକୁ ନେବା ପରେ ଗୋଟିଏ ପରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି ୟୁଜର୍ସମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢିଛି । କାରଣ ଟ୍ୱିଟରେ ଥିବା ବ୍ଲୁ ଟିକ ପାଇଁ ୟୁଜର୍ସମାନଙ୍କୁ ଚାର୍ଜ ଦେବାକୁ ହେଉଥିବା ବେଳେ ସେଠାରେ କାମ କରୁଥିବା ଅନେକ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ଛଟେଇ କରିଦିଆ ଯାଇଛି । ତେବେ ଏହିସବୁ ମଧ୍ୟରେ ମସ୍କଙ୍କ  ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଭାରତ ସମେତ ଟ୍ୱିଟର ବ୍ୟବହାରକାରୀଙ୍କୁ କ୍ଷମା ମାଗିଥିବା ଜାଣା ପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏଲନ ମସ୍କ ଗତକାଲି ଜଣେ ଆପ୍ ଡେଭଲପରକୁ ଚାକିରିରୁ ବରଖାସ୍ତ କରଥିଲେ । । ଏହି ବରଖାସ୍ତ ସେ ଟ୍ୱିଟରରେ ହିଁ କରିଥିଲେ । ଏହାପରେ ସେ ଟ୍ୱିଟ କରି କହିଥିଲେ ଯେ ଭାରତ , ଇଣ୍ଡୋନେସିଆ ସମେତ ଆନ୍ୟାନ୍ୟ ଦେଶରେ ଟ୍ୱିଟର ମନ୍ଥର ଗତିରେ ଚାଲୁଛି । ତେବେ ଏହା କୌଣସି ଦାବି ନୁହେଁ ସତ୍ୟ ଅଟେ । ଏଥିସହିତ ସେ ଟ୍ୱିଟର ବ୍ୟବହାରକାରୀଙ୍କୁ ମଧ୍ୟ କ୍ଷମା ମିଗିଥିଲେ ।

ମସ୍କ ଏହା ମଧ୍ୟ କହିଥିଲେ ହୋମଲାଇନ ରିଫ୍ରେସ ହେବା ପାଇଁ ୧୦ ରୁ ୧୫ ସେକେଣ୍ଡ ସମୟ ଲାଗିଥାଏ । ବେଳେବେଳେ ଏହା ଆଣ୍ଡ୍ରଏଡ୍ ଫୋନରେ କାମ କରି ନଥାଏ । ଏହା ପରେ ମସ୍କ ଅନ୍ୟ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ଅନେକ ଦେଶରେ ଟ୍ୱିଟର ବହୁତ ମନ୍ଥର ହୋଇଥିବାରୁ ସେ କ୍ଷମା ମାଗୁଛନ୍ତି । ଯାହାକି ବର୍ତ୍ତମା ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.